ବଦଳିଯିବ ଆପଣଙ୍କ ବ୍ଲକ, ପଞ୍ଚାୟତ: ରାଜ୍ୟ ସରକାର କରୁଛନ୍ତି ଏପରି ଯୋଜନା
ବ୍ଳକ ଓ ପଞ୍ଚାୟତ ପୁନର୍ଗଠନ ନେଇ ବିଚାରବିମର୍ଶ ଚଳାଇନ୍ତି ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ବ୍ଲକ ଏବଂ ପଞ୍ଚାୟତ। ବ୍ଳକ ଓ ପଞ୍ଚାୟତ ପୁନର୍ଗଠନ ନେଇ ବିଚାରବିମର୍ଶ ଚଳାଇନ୍ତି ରାଜ୍ୟ ସରକାର। ରାଜସ୍ବ ମନ୍ତ୍ରୀଙ୍କ ପରେ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଏ ଦିଗରେ ସଙ୍କେତ ଦେଇ ଦେଇଛନ୍ତି। ସମ୍ଭବତଃ ଆଗାମୀ ବଜେଟ ଅଧିବେଶନ ପରେ ଏ ନେଇ ସରକାର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ପ୍ରତି ୧୦ ବର୍ଷରେ ଥରେ ପଞ୍ଚାୟତ ପୁନର୍ଗଠନ ହେବା କଥା । ୨0 ବର୍ଷରେ ଥରେ ବ୍ଳକ ଗଠନ ହେବାର ବ୍ୟବସ୍ଥା ଅଛି। ବ୍ଳକ ପୁନର୍ଗଠନ ବହୁତ ଜାଗାରେ ଆବଶ୍ୟକତା ଅଛି। ଗୋଟିଏ ବ୍ଳକରେ ୩୮ ପଞ୍ଚାୟତ ମଧ୍ଯ ଅଛି। ଏତେ ବଡ଼ ବ୍ଳକରେ ଜଣେ ବିଡିଓ କାମ କାମ କରିବା କଷ୍ଟ । ତେଣୁ ନୂଆ ବ୍ଳକ ଗଠନ ହେବା ଆବଶ୍ୟକ। ଆମ ପାଖରେ ରିପୋର୍ଟ ଅଛି। ଥରେ ଆଲୋଚନା ମଧ୍ୟ ସରିଛି।
ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଥିଲେ, ଦୀର୍ଘ ୪ ଦଶନ୍ଧି ତଳେ ରାଜ୍ୟରେ ବ୍ଳକ ପୁନର୍ଗଠନ ହୋଇଥିଲା। ଏବେ ରାଜ୍ୟରେ ବ୍ଳକ ବଢ଼ିବାର ଆବଶ୍ୟକତା ରହିଛି। ଏ ନେଇ ବହୁଦିନରୁ ଦାବି ବି ହେଉଛି। ଏହା ସରକାରଙ୍କ ବିଚାରାଧୀନ ଅଛି। ଏଥିପାଇଁ ବ୍ଲକ ବିଭାଜନ କମିଶନ ବସିବାର ଆବଶ୍ୟକତା ଥିବା ନେଇ ସେ ମତ ରଖିଥିଲେ ।