(Video): ଦିଲ୍ ହେଲା ଗାର୍ଡ଼େନ୍ ଗାର୍ଡ଼େନ୍, ଅତିଥିଙ୍କୁ ଭାତ ବଦଳରେ ଖଲିରେ ପରସାଗଲା…

ଓଡ଼ିଶା ଭାସ୍କର: ସାଧାରଣତଃ ବିବାହ ଭୋଜିରେ ରକମ ରକମର ଖାଦ୍ୟ ପରସାଯାଏ । ଅଧିକାଂଶ ବ୍ୟକ୍ତି ଆମିଷ ପ୍ରିୟ ଥିବାରୁ ଭୋଜିରେ ଦବେଇକି ଖାଇଥାନ୍ତି ।

କନ୍ୟାପକ୍ଷମାନେ ବରଯାତ୍ରୀଙ୍କ ସ୍ୱାଗତ କରିବା ଠାରୁ ଆରମ୍ଭ କରି ଭୋଜନ ବ୍ୟବସ୍ଥାକୁ ନେଇ ଅଧିକ ଚିନ୍ତିତ ଥାନ୍ତି । କାରଣ ବରଯାତ୍ରୀ ଅସନ୍ତୁଷ୍ଟ ହୋଇ ଫେରିଗଲେ ବିବାହ ଭାଙ୍ଗିଯିବାର ସମ୍ଭାବନା ରହିଥାଏ । ଏବେ କିନ୍ତୁ ବର ମଦ ପିଇ ବେଦିକୁ ଆସିଲେ କିମ୍ବା ବରଯାତ୍ରୀ କୌଣସି ହଙ୍ଗାମା କଲେ କନିଆଁ ନିଜେ କିମ୍ବା ତା ପରିବାର ଲୋକେ ବିବାହ ଭାଙ୍ଗି ଦେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଠିକ୍ ବିପରିତ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ଭାଇରାଲ ଭିଡିଓରେ ଦର୍ଶାଯାଇଛି କି ବିବାହ ଭୋଜିରେ ଆସିଥିବା ଅତିଥିଙ୍କ ଭୋଜନ ପାଇଁ ପ୍ରଥମେ ଖଲି ପରସା ଯାଇଛି । ଏହା ପରେ ଜଣେ ବ୍ୟକ୍ତି ସେମାନଙ୍କୁ ପେଟି ଭିତରୁ ମଦ ବୋତଲ ବାହାର କରି ଦେଉଛନ୍ତି । ବିବାହରେ ଏଭଳି ବ୍ୟବସ୍ଥାକୁ ନେଇ ସେମାନେ ଖୁସି ଥିବା ଜଣାପଡ଼ିଛି ।

ଏହି ଭାଇରାଲ ଭିଡିଓକୁ @crazy_reels69 ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓକୁ ପ୍ରାୟ ୫ କୋଟି ଲୋକମାନେ ଦେଖିଥିବା ବେଳେ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ୍ସ ମିିଳିଛି । ତେବେ ଏହି ଭିଡିଓ କେତେବେଳେ ଓ କେଉଁଠାରେ କରାଯାଇଛି କିଛି ଜଣାପଡ଼ିନାହିଁ ।