Breaking: ଖୋଲିଗଲା ସୁରଙ୍କ ପାଇଁ କଂଗ୍ରେସ କବାଟ, ଭକ୍ତ ହଟାଇ ଦେଲେ ନିଲମ୍ୱନ, ବହିଷ୍କାର
ପିସିସି ସଭାପତି ଦାୟିତ୍ୱ ନେଉ ନେଉ ଆକ୍ସନ ମୁଡ଼ରେ ଭକ୍ତ। କଂଗ୍ରେସରୁ ହଟାଇ ଦେଲେ ସମସ୍ତ ନିଲମ୍ୱନ ଓ ବହିଷ୍କାର।
ଭୁବନେଶ୍ୱର: ଆକ୍ସନ ମୁଡରେ ପିସିସି ସଭାପତି ଭକ୍ତ ଚରଣ ଦାସ। ଦାୟିତ୍ୱ ନେଉ ନେଉ ବଡ଼ ଘୋଷଣା। ଦଳକୁ ଫେରିବେ ପୁରୁଣା କାର୍ଯ୍ୟକର୍ତ୍ତା। ରାଜ୍ୟ କଂଗ୍ରେସରୁ ଉଠିଲା ସମସ୍ତ ନିଲମ୍ୱନ ଓ ବହିଷ୍କାର।
ସମସ୍ତ ନିଲମ୍ୱନ ଓ ବହିଷ୍କାର ପ୍ରତ୍ୟାହାର କରିଦିଆଯିବା ନେଇ କଲେ ଘୋଷଣା। ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଏହାସହ ଯେଉଁମାନେ କଂଗ୍ରେସ ଛାଡିଛନ୍ତି ସେମାନଙ୍କୁ ଦଳକୁ ଫେରିବାକୁ କହିଲେ।
କଂଗ୍ରେସକୁ ଫେରିବେ ସୁର: ଯଦି ଦେଖିବା ୨୦୨୪ ନିର୍ବାଚନ ସମୟରେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମ କରୁଥିବା ନେଇ କଂଗ୍ରେସରୁ ବହିଷ୍କାର କରିଥିଲେ ତତକାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ।
ହେଲେ ସୁରଙ୍କ ତୁଣ୍ଡରେ ସବୁବେଳେ ଗୋଟିଏ କଥା ମୁଁ କଂଗ୍ରେସରେ ଥିଲି ଆଉ ମରିବା ଯାଏଁ କଂଗ୍ରେସରେ ରହିବି। ଯେହେତୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେଣୁ ସେ କଂଗ୍ରେସ କାର୍ଯ୍ୟାଳୟକୁ ଯାଉନଥିଲେ।
କିନ୍ତୁ ଏବେ ସେ ଖୋଲାଖୋଲି ଭାବରେ କଂଗ୍ରେସ କାର୍ଯ୍ୟାଳୟକୁ ଯାଇପାରିବେ। କାରଣ ନୂଆ ପିସିସି ସଭାପତି ଆସୁ ଆସୁ ତାଙ୍କ ଉପରୁ ବହିଷ୍କାର ହଟାଇ ଦେଇଛନ୍ତି। ଯାହାକି ବରିଷ୍ଠ ନେତା ସିରେଶ ରାଉତ ରାୟଙ୍କ ପାଇଁ ଅତ୍ୟନ୍ତ ଖୁସିର କଥା।
#କଂଗ୍ରେସ୍ #ଘୋଷଣା କଲା #ସର୍ବକ୍ଷମା #ଯୋଜନା
ପିସିସି ସଭାପତିଙ୍କ ଆଉ ଐତିହାସିକ ନିଷ୍ପତ୍ତି pic.twitter.com/UkcCiUR81i— Odisha Congress (@INCOdisha) February 14, 2025
ଆକ୍ସନ ମୁଡ଼ରେ ଭକ୍ତ: କେବଳ ସୁରଙ୍କ ଉପରୁ ବହିଷ୍କାର ଉଠିଛି ତା ନୁହେଁ। ଆଜି ଯାଏଁ କଂଗ୍ରେସର ଯେଉଁ ସବୁ କର୍ମକର୍ତ୍ତାଙ୍କୁ ବହିଷ୍କାର ଓ ନିଲମ୍ୱନ କରାଯାଇଥିଲା। ସେ ସମସ୍ତଙ୍କ ଉପରୁ ଭକ୍ତ ନିଲମ୍ୱନ ଓ ବହିଷ୍କାର ହଟାଇ ଦେଇଛନ୍ତି।
ଯେହେତୁ ସେ ନୂଆ କରି ରାଜ୍ୟ କଂଗ୍ରେସର ଦାୟିତ୍ୱ ନେଇଛନ୍ତି। ଆଉ ଏବେ ରାଜ୍ୟରେ କଂଗ୍ରେସର ସ୍ଥିତି କିପରି ଅଛି ତାହା କାହାକୁ ବା ଅଛପା। ତେଣୁ ଦଳକୁ ତୃଣ ମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଦଳର ସମସ୍ତ କର୍ମକର୍ତ୍ତା ଏବଂ କଂଗ୍ରେସରୁ ବାହାରି ଯାଇଥିବା ସମସ୍ତ ନେତା ମାନଙ୍କୁ ଏକାଠି କରୁଛନ୍ତି।
ଯଦ୍ୱାରା ଦଳ ମଜବୁତ ଡହୋଇ ପାରିବ। ଆଉ ଆଗକୁ ରାଜ୍ୟରେ ଶାସନ କରିବାର ପ୍ରଚେଷ୍ଟା ଜୋରଦାର କରିବ।