ମହାକୁମ୍ଭରେ ପୁଣି ଲାଗିଲା ନିଆଁ, ଘଟଣା ସ୍ଥଳରେ…
ବାରମ୍ୱାର ମହାକୁମ୍ଭରେ କାହିଁକି ଘଟୁଛି ଅଘଟଣ? ପୁଣି ପ୍ରୟାଗରାଜରେ ଅଗ୍ନିକାଣ୍ଡ।
ଉତ୍ତରପ୍ରଦେଶ: ବାରମ୍ୱାର ମହାକୁମ୍ଭରେ ଘଟୁଛି ଅଘଟଣ। କେତେବେଳେ ଦଳାଚକଟା ତ ଆଉ କେତେବେଳେ ମାତାଙ୍କ ଉପରକୁ ଦୁର୍ବୃତ୍ତଙ୍କ ଛୁରାମାଡ। ତ ଆଉ କେତେବେଳେ ଅଗ୍ନିକାଣ୍ଡ।
ପୂର୍ବରୁ ଜାନୁଆରୀ ୧୯ ତାରିଖରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଠିକ୍ ସେହିପରି ତାପରଠଠାରୁ ଛୋଟ ବଡ଼ ଆହୁରି ତିନି ଥର ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟିସାରିଲାଣି। ଆଉ ଏବେ ପୁଣିଥରେ ଶନିବାର ଦିନ ରାତିରେ ମହାକୁମ୍ଭରେ କିଛି ଟେଣ୍ଡରେ ନିଆଁ ଲାଗିଯାଇଛି।
ମହାକୁମ୍ଭରେ ଅଗ୍ନିକାଣ୍ଡ: ଯଦି ଦେଖିବା ପ୍ରୟାଗରାଜର ପବିତ୍ର ଭୂମିରୁ ପୂର୍ଣ୍ଣ୍ୟ ଟିକେ ପ୍ରାପ୍ତ କରିବା ଆଶାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଆଉ ଏହି ସମାଗମରେ ପ୍ରତ୍ୟେକ ଦିନ ଛୋଟବଡ଼ କିଛି ନା କିଛି ଅଘଟଣ ଘଟୁଛି।
ସେହିପରି ପ୍ରୟାଗରାଜର ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ ଯୋଗୁଁ ସେକ୍ଟର ୧୯ର ୭ଟି ଟେଣ୍ଡ ଜଳିଯାଇଛି। କେବଳ ସେତିକି ନୁହିଁ ଗୁରୁବାର ଦିନ ମଧ୍ୟ ମହାକୁମ୍ଭରେ ୨ଟି ପୃଥକ୍ ସ୍ଥାନରେ ଅଗ୍ନିକାଣ୍ଡ ହେବାପରେ ଗତକାଲି ରାତିରେ ପୁଣି ଅଗ୍ନିକାଣ୍ଡ ଘଟିଛି।
ମୃତାହତ: ତେବେ ନିଆଁ ଲାଗିବା ଘଟଣା ଜଣା ପଡିବା ପରେ ଅଗ୍ନି ନିର୍ବାପକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିନେବାରୁ ବଡ଼ ଅଘଟଣ ଟଳିଯାଇଛି। ପ୍ରୟାଗରାଜ ଏଡିଜି ଭାନୁ ଭାସ୍କର କହିଛନ୍ତି, ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ତେବେ ପୂର୍ବରୁ ଘଟିଥିବା ଅଗ୍ନିକାଣ୍ଡ ପ୍ରଥମ ଥର ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିବା ବେଳେ, ଗୁରୁବାର ଦିନ ସର୍ଟ ସର୍କିଟ୍ ଯୋଗୁଁ ପୁଲିସ ଲାଇନ କ୍ୟାମ୍ପ୍ରେ ନିଆଁ ଲାଗିଥିଲା। ହେଲେ ଗତକାଲି ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ। ତଦନ୍ତ ଜାରି ରହିଛି।