ବାଇକ୍ ଚୋରି କଲା ପୁଅ, ଥାନାରେ ଫେରାଇଲା ବାପା

ସସପେନ୍ସ ଭିତରେ ସସପେନ୍ସ, କ୍ୟାମେରା ମ୍ୟାନ ସାଜି ପୁଅ ଲୁଟ୍ କଲା ବାଇକ୍। ଚିଠି ସହ ଥାନାରେ ବାଇକ୍ ଛାଡି ଦେଇଗଲା ବାପା।

ଉଦଳା: ପୁଅ ଚୋରି କଲା ବାପା ଥାନାରେ ଆଣି ଚୋରି ଜିନିଷ ଫେରାଇଦେଲା। ଏକଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏପରି ଏକ ଘଟଣା ଘଟିଛି ଉଦଳାରେ। ହେଲେ ଚୋରି ଜିନିଷ ଫେରାଇବାର ତରିକା କିଛି ଭିନ୍ନ ଥିଲା।

କାହିଁକି ନା ଯିଏ ଚୋରି କରିଥିଲା। ଆଉ ଯିଏ ଚୋରି ଜିନିଷ ଆଣି ଫେରାଇଲା। ସେ ଦୁହିଁକି କେହି ବି ଦେଖିନାହାନ୍ତି। ଏବେବି ଆପଣଙ୍କ ମନରେ ସସପେନ୍ସ ରହିଥିବ। ଯଦି ଥାନାରେ ଆଣି ଚୋରି ଜିନିଷ ଫେରାଗଲା ତାହାଲେ ଫେରାଇଥିବା ବ୍ୟକ୍ତିଙ୍କୁ କେହି କେମିତି ଦେଖିପାରିଲେ ନାହିଁ।

ସସପେନ୍ସ ଭିତରେ ଲୁଟ୍-ଫେରା: ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି, କିଛି ଦିନ ତଳେ ଉଦଳାର ଏକ ବାହାଘରରୁ ଝିଅର ଦାଦାଙ୍କ ଗାଡି ଚୋରି ହୋଇଥିଲା। ପୋଲିସ ଅନେକ ଖୋଜାଖୋଜି ପରେ ମଧ୍ୟ ଚୋରର ସନ୍ଧାନ ପାଇନଥିଲା।

ହେଲେ ଏବେ ଗାଡି ଆସି ଥାନାରେ ପହଞ୍ଚିଛି। ଆଉ ଚୋରି ଗାଡି ସାଙ୍ଗରେ ଏକ ଚିଠି ମଧ୍ୟ ମିଳିଛି। ସୂଚନାନୁସାରେ, ଚୋରି ହୋଇଥିବା ଗାଡିକୁ ଥାନାରେ ଆଣି ରଖି ଦିଆଯାଇଛି। ଆଉ ଗାଡି ସହ ଏକ ଚିଠି ମଧ୍ୟ ପାଖରେ ରଖିଦିଆଯାଇଛି।

କ’ଣ ଲେଖା ଅଛି ଚିଠିରେ: ଚିଠିରୁ ଯାହା ଜଣାପଡିଛି କି ଲୁଟ୍ ହୋଇଥିବା ଗାଡିକୁ ନିଜେ ଲୁଟେରା ଆଣି ଥାନାରେ ଦେଇନାହିଁ। ବରଂ ମଧ୍ୟରାତ୍ରିରେ ଥାନା ସମ୍ମୁଖରେ ଲୁଟେରାର ବାପା ଆଣି ଗାଡି ରଖିଦେଇଛନ୍ତି।

ଆଉ ତା ସହ ଚିଠିରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତାଙ୍କ ପୁଅକୁ କିଛି ନ କରିବାକୁ ଉକ୍ତ ଚିଠିରେ ବାପା ଅନୁରୋଧ କରିଛନ୍ତି। ହେଲେ ଥାନାରେ ଲାଗିଥିବା ସିସିଟିଭିରେ  କିଛି ରେକର୍ଡ ନଥିବା ଜଣାପଡିଛି।

କିପରି ହୋଇଥିଲା ଚୋରି: ମୁୟରଭଞ୍ଜର ଉଦଳାରେ ନିକଟରେ ଏକ ବାହାଘରର ଆୟୋଜନ କରାଯାଇଥିଲା।

ଯେଉଁଥିରେ ବର ପକ୍ଷରୁ ଆସିଥିଲେ କ୍ୟାମେରା ମ୍ୟାନ। ହେଲେ କେହି ଜାଣି ନଥିଲେ କି ଏହି କ୍ୟାମେରା ମ୍ୟାନ ହିଁ ଚୋର ବୋଲି।

ବରଯାତ୍ରୀ କନ୍ୟାଘରେ ପହଞ୍ଚିବା ପରେ ଭିଡ଼ର ସୁଯୋଗ ନେଇ କାରସାଦି ଆରମ୍ଭ କରିଥିଲା ଲୁଟେରା। ସୁବିଧା ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ୍ ଲୁଟିନେଲା। ଯାହାର ଲାଇଭ୍ ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ହେଲେ ପୋଲିସ ଲୁଟେରାକୁ ଧରିବାରେ ଅସମର୍ଥ ହୋଇଥିଲା।