ହସ୍ପିଟାଲରେ ବି ସୁରକ୍ଷିତ ନୁହନ୍ତି ମହିଳା! ରୋଗୀଙ୍କ ପ୍ରାଇଭେଟ ଭିଡିଓ ଭାଇରାଲ୍
ସ୍ତ୍ରୀ ବିଭାଗରେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ହଇଚଇ ।
ନୂଆଦିଲ୍ଲୀ: ଗୁଜୁରାଟ ରାଜକୋଟ ଅଞ୍ଚଳର ଏକ ହସ୍ପିଟାଲରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ରୋଗୀଙ୍କର ପ୍ରାଇଭେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ହେଲେ ବି ସତ । ଯାହାକୁ ନେଇ ଉତ୍ତେଜନା ମଧ୍ୟ ଦେଖାଯାଇଛି ।
ଏକ ପ୍ରସୂତି ହସ୍ପିଟାଲରେ ମହିଳାମାନଙ୍କର ପରୀକ୍ଷା କରାଯାଉଥିବାର ଅନେକ ଭିଡିଓ YouTube ଏବଂ ଟେଲିଗ୍ରାମ ଚ୍ୟାନେଲ୍ରେ ଅପଲୋଡ୍ କରାଯାଇଛି । ଯାହା ଏକ ନିରାପଦ ଅନୁଷ୍ଠାନରେ ମହିଳାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମହିଳାଙ୍କ ଚିକିତ୍ସା ସମୟର ଭିଡିଓ ଭାଇରାଲ- ରାଜକୋଟର ପାୟଲ ପ୍ରସୂତି ଗୃହରୁ ନର୍ସିଂ କର୍ମଚାରୀମାନେ ମହିଳା ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବାର ସିସିଟିଭି କ୍ଲିପ୍ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି । ଶେଷରେ ଅହମ୍ମଦାବାଦ ସାଇବର କ୍ରାଇମ୍ ପୋଲିସର ନଜରକୁ ଆସିଥିଲା।
ହ୍ୟାକ ହୋଇଛି କହିଲା ହସ୍ପିଟାଲ- ଯେତେବେଳେ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ପଚରାଯାଇଥିଲା, ସେ ଦାବି କରିଥିଲେ ଯେ ସିସିଟିଭି ସର୍ଭର ହ୍ୟାକ୍ ହୋଇଯାଇଛି । “ହସ୍ପିଟାଲର ଭିଡିଓ କିପରି ଭାଇରାଲ ହେଲା ମୁଁ ଜାଣିନାହିଁ । ଆମର CCTV ସର୍ଭର ହ୍ୟାକ୍ ହୋଇଥିବା ପରି ମନେ ହେଉଛି ।
ତଥାପି, ଏହା କାହିଁକି ଘଟିଲା ସେ ବିଷୟରେ ଆମେ ମଧ୍ୟ ଅଜ୍ଞ ଏବଂ ପୋଲିସକୁ ଜଣାଇବୁ। ଆମେ ଅଭିଯୋଗ ମଧ୍ୟ ଦାଖଲ କରିବୁ ଏବଂ ସମସ୍ତ ପ୍ରସଙ୍ଗର ତଦନ୍ତରେ ପୋଲିସକୁ ସହଯୋଗ କରିବୁ,” ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଅମିତ ଆକବରୀ କହିଛନ୍ତି । ରାଜକୋଟ ସାଇବର କ୍ରାଇମ୍ ପୋଲିସ ଦ୍ୱାରା ମଧ୍ୟ ମାମଲା ରୁଜୁ କରାଯାଇଛି ।