Breaking: ଭୁବନେଶ୍ବର AIIMSରେ ସିବିଆଇ ରେଡ୍, ଖୋଲିବ ଜାଲ୍ ନିଯୁକ୍ତି କେଳେଙ୍କାରୀ

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପଶିଲା ସିବିଆଇ । ନିଯୁକ୍ତିରେ ଅନିୟମିତତା ନେଇ ଚାଲିଛି ଜେରା ।

ଭୁବନେଶ୍ବର: ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍ । ନିଯୁକ୍ତି ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍ ହୋଇଥିବା ସୂଚନା ରହିଛି । ଜାଲ୍ କାଗଜପତ୍ରରେ ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ ଆସିବା ପରେ ଆଜି ସିବିଆଇ ପକ୍ଷରୁ ସକାଳୁ ସକାଳୁ ରେଡ୍ କରାଯାଇଛି ।

ତେବେ ସିବିଆଇ ରେଡ୍ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ମଧ୍ୟ ଜଣାପଡିଛି । ତେବେ ଜାଲ୍ କାଗଜ ପତ୍ର ଦେଇ କିଏ କିଏ ନିଯୁକ୍ତି ପାଇଛନ୍ତି ଏବଂ କିଏ ନିଯୁକ୍ତି ଦେଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ତେବେ କୋଟି କୋଟି ଟଙ୍କାର ଦୁର୍ନିତି ନେଇ ଅଭିଯୋଗ ଆସିବା ପରେ ଆସି ସିବିଆଇ ରେଡ୍ କରିଛି । ଏହାକୁ ନେଇ ଏମ୍ସ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଛି । ଜାଲ୍ କାଗଜପତ୍ର ନେଇ 5ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।