Breaking: କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତ

କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା। ଛାତ୍ରୀ ଆତ୍ମହତ୍ୟା ନେଇ ପଚରାଉଚରା।

ଭୁବନେଶ୍ୱର: କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ରାଜ୍ୟ ଅତିଥି ଭବନରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିଷ୍ଠାତାଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଜି ରାଜ୍ୟ ଅତିଥି ଭବନରେ ବସିଥିବା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ସନ୍ଧ୍ୟାରେ ହାଜର ହୋଇଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଛାତ୍ରୀ ମୃତ୍ୟୁ ମାମଲାରେ ପଚରାଉଚରା। ନେପାଳୀ ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା ଘଟଣାରେ ହୋଇଛନ୍ତି ହାଜର।

ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି MEA। କିଟର ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ବୈଦେଶିକ ମନ୍ତ୍ରାଳୟର ପ୍ରତିକ୍ରିୟା। ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା। ଓଡିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ।