ଭୁବନେଶ୍ୱର: ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା। ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ ଓ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା। କଟକ ଓ ଭୁବନେଶ୍ୱରରେ ମଧ୍ୟ ଏବେ ଜାରି ରହିଛି ବର୍ଷା। ଆଗମୀ କିଛି ଘଣ୍ଟା ଝଡ଼ବର୍ଷା ନେଇ ସତର୍କ ସୂଚନା।
ପୂର୍ବରୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ୪ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ। କିଛି ସ୍ଥାନରେ ପ୍ରବଳ ବର୍ଷା ପବନ ହେବା ନେଇ ଆକଳନ କରିଥିଲା ପାଣିପାଗ କେନ୍ଦ୍ର।
ଗତକାଲି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ତେବେ ଆଜି ମଧ୍ୟ ଭୁବନେଶ୍ୱର ଓ କଟକରେ ବର୍ଷା ଜାରି ରହିଛି। ଆସନ୍ତା ୨ରୁ୩ ଘଣ୍ଟା ପାଗ ଏହିଭଳି ରହିବ ବୋଲି ଆକଳନ କରାଯାଉଛି।