ରାଜ୍ୟ ବଜେଟ: କଟାକ୍ଷ କଲେ ନବୀନ ପଟ୍ଟନାୟକ, ‘ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା ଓଡ଼ିଶା’

ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା ଭଳି ଲାଗୁଛି । ଏଭଳି କହି ବଜେଟକୁ କଟାକ୍ଷ କରିଛନ୍ତି ନବୀନ ।

ଭୁବନେଶ୍ବର: ରାଜ୍ୟ ବଜେଟକୁ କଟାକ୍ଷ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବସ୍ତାନୀ ଭାରି, ପାଠ ଘର ଶୂନ କହି କଟାକ୍ଷ କରିଛନ୍ତି ।

ସେ କହିଛନ୍ତି, ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା ଭଳି ଲାଗୁଛି । ପରିବର୍ତ୍ତନ ପାଇଁ ଜଣାଥିବା ଓଡ଼ିଶା ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା ।

ଡବଲ ଇଞ୍ଜିନ ସରକାର ଅଭିବୃଦ୍ଧି ହାର ୧୦ରୁ ୮%କୁ ହ୍ରାସ ପାଇଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ 17 ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି ।

ବଜେଟରେ 16ଟି ନୂଆ ଯୋଜନା ଘୋଷଣା ହୋଇଥିବା ବେଳେ  ଆଜି ଏହାକୁ କଟାକ୍ଷ କରିଛନ୍ତି ନବୀନ ପଟ୍ଟନାୟକ ।