ମହାକୁମ୍ଭ ପାଇଁ ଟ୍ରାଫିକ୍ ଜାମ୍, ଯେତେ ବାଟ ଯାଏଁ ଆଖି ପାଉଛି ସେତେ ବାଟ ଯାଏଁ ଭିଡ଼ ଲାଗିଛି

ଗାଡ଼ିର କେଁ କାଁ ଶବ୍ଦରେ ଫାଟି ପଡ଼ୁଛି ପରିବେଶ। ନାଁ ଆଗକୁ ଗଡ଼ୁଛି ନା ପଛକୁ ଫେରି ପାରୁଛି। ୨୫ କି.ମି ପର୍ଯ୍ୟନ୍ତ ପଛକୁ ପଛ ହୋଇ ଛିଡ଼ା ହୋଇଛି ଗାଡ଼ି।

 ଉତ୍ତରପ୍ରଦେଶ: ପେଁ ପାଁ କେଁ କାଁ ଗାଡ଼ି ହର୍ଣ୍ଣରେ ଫାଟି ପଡୁଛି ଚତୁଃପାର୍ଶ୍ୱ। ଯୁଆଡ଼େ ଆଖି ବୁଲେଇବ କେବଳ ଦେଖାଯାଉଛି ଗାଡି। ତା ଛଡ଼ା ଆଉ କିଛି ନୁହେଁ। ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ପଛକୁ ପଛ ହୋଇ ଛିଡ଼ା ହୋଇଛି।

ନା ଆଗକୁ ଯାଇ ପାରୁଛି ନା ପଛକୁ ଫେରି ପାରୁଛି। କେବଳ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରି କରି ଜବିରକ୍ତ ହୋଇଗଲେଣି ଲୋକ। ସେଥିପାଇଁ ବିରକ୍ତ ହୋଇ ହର୍ଣ୍ଣ ଉପରେ ହର୍ଣ୍ଣ ବଜେଇ ଚାଲିଛନ୍ତି। ହେଲେ ଯେତେ ହର୍ଣ୍ଣ ବଜେଇଲେ କ’ଣ ହେବ। ଗାଡି କିନ୍ତୁ ଗଡୁନି।

ଟ୍ରାଫିକ ଜାମ୍: ହଁ ଆଜ୍ଞା ଏ ଦୃଶ୍ୟଟି ହେଉଛି ଟ୍ରାଫିକ ଜାମର ଯାହାର ଚିତ୍ର ଦେଖି ଆପଣମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ। ହେଲେ ଏହି ୨୫ କି.ମି ପର୍ଯ୍ୟନ୍ତ ଲାଗି ରହିଥିବା ଟ୍ରାଫିକ ଜାମଟି କେଉଁ ଜାଗାର ତାହା ଆପଣମାନେ ଜାଣିଛନ୍ତି।

ଏ ଦୃଶ୍ୟଟି ହେଉଛି ଉତ୍ତରପ୍ରଦେଶର। ମହାକୁମ୍ଭ ମେଳା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ୁଛି। ତେଣୁ ଏପରି ଟ୍ରାଫିକ ଜାମ୍ ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତାରେ ମଧ୍ୟ ପଡିଯାଇଛନ୍ତି ଉତ୍ତରପ୍ରଦେଶ ସରକାର। କିପରି ଯଥାଶୀଘ୍ର ଟ୍ରାଫିକ ଭିଡ କମାଯାଇପାରିବ ତାର ବ୍ୟବସ୍ଥା କରୁଛନ୍ତି।

ମହାକୁମ୍ଭ: ଯଦି ଦେଖିବା ଦୀର୍ଘ ଦେଢ ମାସ ଧରି ଚାଲିଥିବା ଏହି ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖ ତଥା ମହାଶିବରାତ୍ରୀ ଦିନ ଶେଷ ହେବାକୁ ଯାଉଛି। ତେଣୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ।

ଅନ୍ୟପଟେ ଆଜି ରବିବାର ଥିବାରୁ ସମସ୍ତେ ଛୁଟିରେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି। ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି। ସେପଟେ ସମସ୍ତେ ନିଜ ନିଜ ଗାଡି ଧରି ବିଭିନ୍ନ ରାଜ୍ୟରୁ ଆସୁଥିବାରୁ ରାସ୍ତାରେ ଭିଡ ଲାଗିଛି। ଟ୍ରାଫିକ୍ ଜାମ୍ ଏତେ ହୋଇଛି ଯେ ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବିଛି।