ମହାଶିବରାତ୍ରୀରେ 149 ବର୍ଷ ପରେ ବିରଳ ସଂଯୋଗ, ମାଲାମାଲ ହେବେ ଏହି 3 ରାଶି

ଫେବୃଆରୀ 26 ତାରିଖରେ ମହାଶିବରାତ୍ରୀ । ଖୋଲିବ 3 ରାଶିର ଭାଗ୍ୟ ।

ନୂଆଦିଲ୍ଲୀ: ମହାଶିବରାତ୍ରୀରେ 149 ବର୍ଷ ପରେ ଆସିବ ଶୁଭ ସଂଯୋଗ । ଏହି 3 ରାଶିଙ୍କର ହେବ ଧନ ଲାଭ ହେବ । ଫେବୃଆରୀ 26 ତାରିଖରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ । ଏହି ମହାଶିବରାତ୍ରୀ ଅଧିକ ଖାସ୍ ବୋଲି କୁହାଯାଉଛି ।

ଜ୍ୟୋତିଷଗଣନା ଅନୁସାରେ, ମହାଶିବରାତ୍ରୀ ଦିନ ସୂର୍ଯ୍ୟ-ବୁଧ-ଶନି ଏକାସହିତ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ସଂଯୋଗ 149 ବର୍ଷ ପରେ ହେବାକୁ ଯାଉଛି । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ଶୁଭ ପରିଣାମ ଦେବ ବୋଲି କୁହାଯାଉଛି ।

ମେଷ-ଶିବରାତ୍ରୀ ଠାରୁ ଗୋଲ୍ଡେନ ଟାଇମ୍ ଆରମ୍ଭ ହେବ । ମନର ସବୁ ଇଚ୍ଛା ପୂରଣ ହେବ । ଧନ ବଢିବା ସହିତ ଆର୍ଥିକ ସ୍ଥିତି ସୁଦୃଢ ହେବ । ଇଚ୍ଛା ମୁତାବକ ଚାକିରି ମଧ୍ୟ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ ।

ମିଥୁନ- ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ଶୁଭମୟ ହେବ ସହିତ ସମୃଦ୍ଧି ବଢିବ ।

ସିଂହ- ଜୀବନରେ ନୂଆ ଖୁସି ଆସିବାର ରହିଛି । ନିବେଶକାରୀଙ୍କ ପାଇଁ ଭଲ ଦିନ ରହିବ । ସ୍ବାସ୍ଥ୍ୟ ଭଲ ରହିବ । ଲମ୍ବା ସମୟ ଧରି ଜାରି ରହିଥିବା ବିବାଦର ଅନ୍ତ ଘଟିବ । ଫସିରହିଥିବା ଟଙ୍କା ମିଳିବ ।