JEE Main Paper 2 Result: ବାହାରିଲା ରେଜଲ୍ଟ, ନୀଲ ସନ୍ଦେଶ ଏବଂ ସୁନିଧି ଟପ୍ପର
JEE ମେନ୍ 2025 ପେପର 2 ଫଳାଫଳ ପ୍ରକାଶ ପାଇଛି । ଅଫିସିଆଲ ଓ୍ବେବସାଇଟକୁ ଯାଇ ଚେକ୍ କରିପାରିବେ ପରୀକ୍ଷାର୍ଥୀ ।
ନୂଆଦିଲ୍ଲୀ: JEE ମେନ୍-୨୦୨୫ ଜାନୁଆରୀ ସେସନ୍ର ପେପର-୨ ରେଜଲ୍ଟ ପ୍ରକାଶ ପାଇଛି । ପେପର-୨ ବିଆର୍କ ଓ ବିପ୍ଲାନିଙ୍ଗ ରେଜଲ୍ଟ ପ୍ରକାଶ କଲା NTA । JEE ମେନ୍ 2025 ପେପର 2 ଫଳାଫଳ jeemain.nta.nic.in କୁ ଯାଇ ପରୀକ୍ଷାର୍ଥୀ ଚେକ୍ କରିପାରିବେ । ଯେଉଁ ପ୍ରାର୍ଥୀମାନେ JEE ମେନ୍ 2025 ସେସନ୍ 1 ପେପର୍ 2 ପାଇଁ ପରୀକ୍ଷା ଦେଇଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ ଯାଇ ସ୍କୋରକାର୍ଡ ଯାଞ୍ଚ କରିପାରିବେ ।
ତେବେ ରେଜଲ୍ଟ ଚେକ୍ କରିବା ପାଇଁ ପ୍ରଥମେ ଅଫିସିଆଲ ଓ୍ବେବସାଇଟକୁ ଯାଇ ନିଜର ରେଜିଷ୍ଟେସନ ନମ୍ବର ଏବଂ ପାସଓ୍ବାଡ ଦେଇ ଚେକ୍ କରିପାରିବେ । ପେପର 2A (BArch) ପାଇଁ ଆବେଦନ କରିଥିବା 63481 ପ୍ରାର୍ଥୀଙ୍କ ମଧ୍ୟରୁ 44144 ଜଣ ପରୀକ୍ଷା ଦେଇଥିଲେ ଏବଂ ପେପର 2B (BPlanning) ପାଇଁ ପଞ୍ଜିକୃତ ହୋଇଥିବା 28335 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 18596 ଜଣ ପରୀକ୍ଷା ଦେଇଥିଲେ ।
ମହାରାଷ୍ଟ୍ରର ପାଟନେ ନୀଲ ସନ୍ଦେଶ BArch ପରୀକ୍ଷାରେ 100 ପ୍ରତିଶତ ନମ୍ବର ରଖିଛନ୍ତି, ଯେତେବେଳେ ସୁନିଧି ସିଂହ BPlanning ପରୀକ୍ଷାରେ ପୂର୍ଣ୍ଣ ନମ୍ବର ରଖି ଟପ୍ପର ହୋଇଛନ୍ତି ।
ଜାନୁଆରୀ 30 ତାରିଖରେ ଅପରାହ୍ନ 3ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ JEE ମେନ୍ 2025 ପେପର 2 ପାଇଁ ବିଆର୍କ ଏବଂ ବିପ୍ଲାନିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । JEE ମେନ୍ ପେପର 2ର ଚୂଡ଼ାନ୍ତ ଉତ୍ତର କୀ ଆଧାରରେ NTA ଫଳାଫଳ ପ୍ରସ୍ତୁତ କରିଛି । ପ୍ରାର୍ଥୀମାନଙ୍କୁ ଫେବୃଆରୀ 16 ପର୍ଯ୍ୟନ୍ତ ଅସ୍ଥାୟୀ ଉତ୍ତର କୀ ବିରୁଦ୍ଧରେ ଆପତ୍ତି ଉଠାଇବାକୁ ଅନୁମତି ଦିଆଯାଇଥିଲା ।