STUDYର ବଡ଼ ଖୁଲାସା: କ୍ୟାନ୍ସର ଚିକିତ୍ସା ପରେ ବଢ଼ିଯାଏ ମହିଳାଙ୍କ ବିପଦ, ପ୍ରତି ୫ ଜଣଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ
ଟ୍ରିଟମେଣ୍ଟ ପରେ ବି ବଞ୍ଚୁନାହାନ୍ତି । ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ବଡ଼ କାରଣ ।
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଇଥିବା ରୋଗୀଙ୍କୁ ନେଇ କରାଯାଇଥିବା ଷ୍ଟଡିରେ ବଡ଼ କଥା ସାମ୍ନାକୁ ଆସିଛି । ଗ୍ଲୋବାଲ କ୍ୟାନ୍ସର ଡେଟା ଅନୁସାରେ କ୍ୟାନ୍ସର ଟ୍ରିଟମେଣ୍ଟ ପରେ ମହିଳାଙ୍କ ଜୀବନ ଅଧିକ ବିପଦରେ ଥାଏ ।
ଆମେରିକାରେ ୪ ଜଣ କ୍ୟାନ୍ସର ରୋଗୀଙ୍କ ଭିତରୁ ଜଣେ ପ୍ରାଣ ହରାଉଥିବାବେଳେ ଚାଇନାରେ ପ୍ରତି ୨ ଜଣଙ୍କ ଭିତରେ ଜଣଙ୍କ ମୃତ୍ୟୁ ଘଟୁଥିବା ଲନସେଟ୍ ରେଜିଓନାଲ ହେଲ୍ଥ ସାଉଥଇଷ୍ଟ ଏସିଆ ଜର୍ନାଲରେ ପ୍ରକାଶ ପାଇଛି ।
ଚୀନରେ କମ: କିନ୍ତୁ ଇଣ୍ଡିଆନ୍ କାନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ଷ୍ଟଡି ରିପୋର୍ଟ ଅନୁସାରେ କ୍ୟାନ୍ସର ରୋଗୀ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି । ଭାରତ ଉପରେ ଅଛନ୍ତି ଚାଇନା ଓ ଆମେରିକା ।
ଆଗାମୀ ୨୦ ବର୍ଷ ମଧ୍ୟରେ ଦେଶରେ କ୍ୟାନ୍ସରଜନୀତ ମୃତ୍ୟୁ ସଂଖ୍ୟା ବଢ଼ିବ । ୨୦ ବର୍ଷ ଧରି ୩୬ ପ୍ରକାର କ୍ୟାନ୍ସର ଉଭୟ ମହିଳା ଓ ପୁରୁଷଙ୍କୁ ନେଇ ଏହି ଷ୍ଟଡି କରାଯାଇଛି ।
ଏହି ରୋଗ: ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ଅଧିକମାତ୍ରାରେ ହେଉଥିବାବେଳେ ସର୍ଭିକାଲ କ୍ୟାନ୍ସର ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବା ମହିଳାଙ୍କ ଭିତରୁ ୩୦%ଙ୍କୁ ବ୍ରେଷ୍ଟକ କ୍ୟାନ୍ସର ହେଉଥିବାବେଳେ ପାଖାପାଖି ୨୪% ଏହି ରୋଗରେ ପ୍ରାଣ ହରାନ୍ତି ।
ଆଗକୁ ଡରାଇବ: ସେହିପରି ପୁରୁଷଙ୍କ କ୍ଷେତ୍ରରେ ଓରାଲ କ୍ୟାନ୍ସର ଅଧିକ ମାତ୍ରାରେ ହେଉଥିବା ଷ୍ଟଡିରୁ ଜଣାପଡ଼ିଛି । ଏହାଛଡ଼ା ଶ୍ୱାସନଳୀ ଏବଂ ଖାଦ୍ୟନଳୀରେ କ୍ୟାନ୍ସର ପୁରୁଷଙ୍କଠାରେ ଅଧିକମାତ୍ରାରେ ଦେଖିବାକୁ ମିଳେ ।
ଷ୍ଟଡି ମୁତାବକ ୭୦ରୁ ଅଧିକ ବୟସର ଲୋକ ଅଧିକମାତ୍ରାରେ କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବାବେଳେ ୧୫ରୁ ୪୯ ବୟସ ବର୍ଗଙ୍କ ଠାରେ ମଧ୍ୟ ଏହି ରୋଗର ଆଶଙ୍କା ବଢ଼ିଚାଲିଛି ।
ଭାରତରେ ପ୍ରତି ୫ ଜଣ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିବାରେ ଲାଗିଥିବା, ରିପୋର୍ଟରେ ଖୁଲାସା ହୋଇଛି ଯାହାର ସଂଖ୍ୟରା ଆଗାମୀ ଦିନରେ ବଢ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ବଡ଼ ଚିନ୍ତା ପ୍ରକଟ କରିଛନ୍ତି ।