US President Trump Action: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, 4 ଭାରତୀୟ କମ୍ପାନୀ ଉପରେ ଲଗାଇଲେ ପ୍ରତିବନ୍ଧକ

ଆମେରିକା ଇରାନର ପେଟ୍ରୋଲିୟମ ଶିଳ୍ପ ସହିତ ଜଡିତ 16 ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଯେଉଁଥିରେ ଚାରୋଟି ଭାରତୀୟ କମ୍ପାନୀ ମଧ୍ୟ ରହିଛି ।

ନୂଆଦିଲ୍ଲୀ: ଇରାନକୁ ଦୁର୍ବଳ କରିବା ପାଇଁ, ଆମେରିକା ଏହାର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ ସହିତ ଜଡିତ 16 ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ତାଲିକାରେ ଚାରୋଟି ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି । ଏହି ପଦକ୍ଷେପ ଇରାନ ଉପରେ କଟକଣାକୁ ଆହୁରି କଠୋର କରିବା ପାଇଁ ଆମେରିକୀୟ ପ୍ରଶାସନର ଅଭିଯାନର ଏକ ଅଂଶ ବୋଲି କୁହାଯାଉଛି ।

ଆମେରିକାର ଅର୍ଥ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିଷିଦ୍ଧ କରାଯାଇଥିବା ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ଅଷ୍ଟିନ୍ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ବିଏସଏମ ମାରିନ୍ ଏଲ୍ଏଲପି, କସମସ୍ ଲାଇନ୍ସ ଇନକର୍ପୋରେଟେଡ୍ ଏବଂ ଫ୍ଲକ୍ସ ମାରିଟାଇମ୍ ଏଲ୍ଏଲପି ଅନ୍ତର୍ଭୁକ୍ତ ।

କିନ୍ତୁ ଏନେଇ ଆମେରିକା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ । ଭାରତର ଇରାନ ଏବଂ ଆମେରିକା ଉଭୟ ସହିତ ଭଲ ସମ୍ପର୍କ ରହିଥିବା ବେଳେ ସ୍ଥିତି କଣ ହେବ ତାହା ଉପର ସମସ୍ତଙ୍କର ନଜର ରହିଛି ।

ଆମେରିକାର ବୟାନ- ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଇରାନର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ ସହିତ ବ୍ୟବସାୟିକ ସମ୍ପର୍କ ପାଇଁ ଏହି କମ୍ପାନୀଗୁଡ଼ିକୁ ନିଷେଧ କରାଯାଉଛି । ବିବୃତ୍ତିରେ କୁହାଯାଇଛି ଯେ ଆମେରିକା ଏହି ବେଆଇନ ପରିବହନ ନେଟୱାର୍କକୁ ବାଧା ଦେବ ।

ଭାରତୀୟ କମ୍ପାନୀ ପ୍ରଭାବିତ- ଇରାନ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଏହି ନୂତନ ପ୍ରତିବନ୍ଧକ ଭାରତୀୟ କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି । ଏହି ପଦକ୍ଷେପ ଆମେରିକାର ଇରାନ ଉପରେ ଚାପ ବୃଦ୍ଧି ନୀତିର ଏକ ଅଂଶ । ଯାହାର ଲକ୍ଷ୍ୟ ଇରାନର ଆର୍ଥିକ କାର୍ଯ୍ୟକଳାପକୁ ରୋକିବା ଏବଂ ଏହାର ଆତଙ୍କବାଦ ପାଣ୍ଠିକୁ ବନ୍ଦ କରିବା ।