2ଟି ବଡ଼ ଘୋଷଣା କଲେ ଯୋଗାଣ ମନ୍ତ୍ରୀ : ଆସିଲା ଧାନକିଣା ଡେଡଲାଇନ, IT ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ
ରାସନ କାର୍ଡ ନେଇ ଡୋର ଟୁ ଡୋର ବୁଲି ସର୍ଭେ କରିବେ ଅଧିକାରୀ । ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର ।
ଭୁବନେଶ୍ବର: ଧାନ କିଣା ନେଇ ବଡ଼ ଘୋଷଣା କଲେ ସରକାର । ଧାନ କିଣାର ଡେଡଲାଇନ ଘୋଷଣା କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଧାନ ପାଇଁ ଡେଡଲାଇନ- ମାର୍ଚ୍ଚ ୩୧ତାରିଖ ପରେ ଧାନ ନେବେନି ସରକାର । ଏନେଇ ଆଜି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି ବୋଲି କହିଛନ୍ତି ।
IT ଫାଇଲ କରିଥିଲେ କଟିବନି କାର୍ଡ- ଆଇଟି ଫାଇଲ କରିଥିଲେ ରାସନ କାର୍ଡ କଟିବନି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର ।
ଗ୍ରାମାଞ୍ଚଳରେ ମାସିକ 10 ହଜାର ଆୟ ଥିଲେ କଟିବ ରାସନ କାର୍ଡ । ସେହିପରି ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅଧିକାରୀମାନେ ଏନେଇ ଡୋର ଟୁ ଡୋର ବୁଲି ସର୍ଭେ କରିବେ । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ଆଜି ଯୋଗାଣ ମନ୍ତ୍ରୀ କହିଛନ୍ତି ।