Mahashivratri 2025: ଆଇନମନ୍ତ୍ରୀଙ୍କ ବୈଠକରେ ନିଷ୍ପତ୍ତି, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ । ଆଇନ ମନ୍ତ୍ରୀଙ୍କ ସହିତ ବୈଠକ ପରେ ନିଷ୍ପତ୍ତି ।

ଭୁବନେଶ୍ବର:  ରାତି ପାହିଲେ ଜାଗର । ତେବେ ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ । ଏନେଇ ଆଜି ଆଇନମନ୍ତ୍ରୀଙ୍କ ସହିତ ବୈଠକ ହୋଇଥିବା ବେଳେ 10 ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି ।

ଯଥା ସମୟରେ ମହାଦୀପ ଉଠିବା ନେଉ ସବୁ ନିଯୋଗରେ ନିଷ୍ପତ୍ତି ହୋଇଛି। ତେବେ ଆଜିର ବୈଠକରେ ପୂଜାପଣ୍ଡା, ନିଯୋଗ, ବ୍ରାହ୍ମଣ, ବଡୁ ସମସ୍ତେ ଉପସ୍ଥିତ ରହିଥିଲେ ।

ଆଇନ ମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ଡିସିପି ଏବଂ ଏକାମ୍ର ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ସେବାୟତ ବୈଠକ ପରେ ବ୍ରାହ୍ମଣ ନିଯୋଗଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

 ବୈଠକରେ ଆଲୋଚନା-  ଯାହା ମନୋମାଳିନ୍ୟ ଥିଲା ମନ୍ତ୍ରୀଙ୍କୁ ଜଣାଇଛୁ । ଶିବରାତ୍ରୀ ପରେ ତାହା ପୂରଣ କରିବାକୁ ମନ୍ତ୍ରୀ କଥା ଦେଇଥିବା ସେ କହିଛନ୍ତି । କିଭଳି ଶାନ୍ତିପୂର୍ଣ୍ଣ ଭାବେ ନୀତି ସମ୍ପନ୍ନ ହେବ ସେନେଇ ବୈଠକରେ ଗୁରୁତ୍ବ ଦିଆଯାଇ ସମସ୍ତ ଆଲୋଚନା ହୋଇଥିଲା ।

ଟ୍ରାଫିକ କଟକଣା- ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୬ ତାରିଖ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା କରାଯାଇଛି । ରଥରୋଡ୍ ଓ ପୁନାମା ଗେଟ୍ ପଟୁ ଆସୁଥିବା ଯାନ ବଢ଼େଇବାଙ୍କଠାରୁ ଆଗକୁ ଯିବନାହିଁ ।