Breaking: ସ୍ପଷ୍ଟୀକରଣ ରଖିଲା CBSE, ଦଶମ ପିଲା ଦେବେ ବର୍ଷକୁ ୨ଟି ବୋର୍ଡ ପରୀକ୍ଷା
ଗୋଟିଏ ନୁହେଁ ବର୍ଷକୁ ଦୁଇଟି ଲେଖାଏଁ ପରୀକ୍ଷା ଦେବାକୁ ପଡିବ। ଏବେଠାରୁ ପ୍ରତିବର୍ଷ ଦଶମ ପିଲା ଥରେ ନୁହେଁ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା ଦେବେ। ସ୍ପଷ୍ଟୀକରଣ ରଖିଲା CBSE।
ଭୁବନେଶ୍ୱର: ଏଣିକି ଗୋଟିଏ ନୁହେଁ ବର୍ଷକୁ ଦୁଇଟି ଲେଖାଏଁ ପରୀକ୍ଷା ଦେବାକୁ ପଡିବ। ଏବେଠାରୁ ପ୍ରତିବର୍ଷ ଦଶମ ପିଲା ଥରେ ନୁହେଁ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା ଦେବେ। ଏନେଇ ସ୍ପଷ୍ଟୀକରଣ ରିଖିଛି CBSE।
୨୫ରେ ଓ୍ୱେବସାଇଟରେ ପ୍ରକାଶିତ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ ରଖିଛି CBSE। ହେଲେ ପ୍ରତିବର୍ଷ ସିନା ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା ହେବ କିନ୍ତୁ ପୂର୍ବପରି ସମସ୍ତ ବିଷୟ ବସ୍ତୁ ରହିବ। ପୂର୍ବପରି ଓଡ଼ିଆ ସମେତ ସମସ୍ତ ଆଞ୍ଚଳିକ ଭାଷା ଓ ବିଦେଶୀ ଭାଷାରେ ପରୀକ୍ଷା ଦେବା ନେଇ ସ୍ପଷ୍ଟ କରିଛି CBSE।
ସବୁ ବିଷୟ ଓ ଭାଷା ପୂର୍ବପରି ୨୦୨୫-୨୬ ବୋର୍ଡରେ ସ୍ଥାନ ପାଇବ। ଡ୍ରାଫ୍ଟ ପଲିସିର ୮ ନଂ ପଏଣ୍ଟ ବିଷୟରେ ତଥ୍ୟ ରଖିଛି CBSE। ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷା ରହିବ।