Breaking: କଟକରେ ସେକ୍ସ ରାକେଟ୍ ଠାବ, ରାଣୀ ମହୁମାଛି ସହ ୨ ଯୁବକ ଓ ଯୁବତୀ ଅଟକ
କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ। ରାଣୀ ମହୁମାଛି ସହ ୨ ଯୁବତୀ ଓ ୨ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ପୋଲିସ।
କଟକ: କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ। ଏହା କେଉଁ ନୂଆ କଥା ନୁହେଁ। କାରଣ ଏମିତି ଅନେକ ଥର କଟକ ଓ ଭୁବନେଶ୍ୱର ଭଳି ବଡ଼ ବଡ଼ ସିଟିରେ ଠାବ ହେଉଛି ସେକ୍ସ ରାକେଟ୍। ଠିକ୍ ସେହିପରି ଆଜି ମଧ୍ୟ କଟକ ବାଦାମବାଡି ଥାନା ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ କରାଯାଇଛି।
ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଠାବ କଲା ପୋଲିସ। ରାଣୀ ମହୁମାଛି ସହ ୨ ଯୁବତୀ ଓ ୨ ଯୁବକଙ୍କୁ ଥାନାକୁ ନେଇଛି ପୋଲିସ। ଏହି ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୋଲିସକୁ ସୁରାକ ମିଳିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନାର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ।
ଏହି ଚଢ଼ାଉ ସମୟରେ ରାଣୀ ମହୁମାଛି ସହ ୨ଜଣ ଦେହଜୀବୀ ଓ ୨ ଜଣ ଯୁବକକୁ ଧରିବାରେ ପୁଲିସ ସକ୍ଷମ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସ୍ଥାନୀୟ ବାଦାମବାଡ଼ି ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ପୁଲିସକୁ ସୁରାକ ମିଳିଥିଲା। ସମସ୍ତଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।