Himachal Landslide: ମଣ୍ଡିରେ ଭୟଙ୍କର ଭୂସ୍ଖଳନ.. ନାଳରେ ଭାସିଗଲା ଗାଡ଼ି, ଦେଖନ୍ତୁ Video

ହିମାଚଳରେ ପ୍ରବଳ ବର୍ଷାରେ ଭୟଙ୍କର ରୂପ । ଚଣ୍ଡିଗଡ଼-ମନାଲି ରାଜପଥ ବନ୍ଦ ।

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । ରାଜ୍ୟର କୁଲୁ ଜିଲ୍ଲାରୁ ଧ୍ୱଂସଲୀଳାର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଏଠାରେ ଏତେ ତାଣ୍ଡବ ସୃଷ୍ଟି କରିଛି ଯେ, ଗାଡ଼ି ଗୁଡିକ ପାଣିରେ ଭାସି ଯାଇଛି ।

ଡ୍ରେନ୍‌ରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ଯାନବାହାନ ଭାସିଯିବାର ମଧ୍ୟ ଦେଖାଯାଇଛି । କୁଲୁ ବ୍ୟତୀତ, ମଣ୍ଡି ଜିଲ୍ଲାରୁ ମଧ୍ୟ ଧ୍ୱଂସାବଶେଷର ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲାର ଓଟ୍ ଅଞ୍ଚଳରେ ଭୂସ୍ଖଳନ ପରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି । ପାଗକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ତେବେ କୁଲୁରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି । ଫଳରେ ଆଜି ଭୂତନାଥ ନାଳରେ ପ୍ରବଳ ପ୍ରବାହିତ ହୋଇଛି ଏବଂ ଅନେକ ଯାନବାହନ ଏଥିରେ ଭାସି ଯାଇଛି । ଏହା ବ୍ୟତୀତ କୁଲୁର ଗାନ୍ଧୀ ନଗରରେ ଅନେକ ଗାଡ଼ି ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଜଣାପଡିଛି ।
ରାଜପଥ ବନ୍ଦ ହେବା ଯୋଗୁଁ ଲମ୍ବା ଟ୍ରାଫିକ୍ ଜାମ୍- ମଣ୍ଡି ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଛୋଟ ଯାନବାହନଗୁଡ଼ିକୁ ପାର ହେବାକୁ ଅନୁମତି ଦିଆଯାଉଛି ।

ରାଜପଥରେ ଭଗ୍ନାବଶେଷ ପଡ଼ିବା ଯୋଗୁଁ, ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି ଏବଂ ଜାମ୍ ଯୋଗୁଁ ଅନେକ ଯାନବାହାନ ଫସି ରହିଛି। ମଣ୍ଡି ଜିଲ୍ଲା ପୋଲିସ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲୋକମାନଙ୍କୁ ସତର୍କତାର ସହିତ ଯାତ୍ରା କରିବାକୁ ନିବେଦନ କରିଛି ।