Breaking: ରମଜାନ୍ ଆରମ୍ଭରୁ ମସଜିଦରେ ବିସ୍ଫୋରଣ, ୫ ମୃତ ଅନେକ ଆହତ
ଭୟଙ୍କର ବୋମା ବିସ୍ଫୋରଣ। ରମଜାନ୍ ଆରମ୍ଭରୁ ମସଜିଦରେ ହେଲା ବିସ୍ଫୋରଣ। ଘଟଣାରେ ୫ ମୃତ ଅନେକ ଆହତ। କିଏ କରିଛି ବିସ୍ଫୋରଣ ଅସ୍ପଷ୍ଟ।
ପାକିସ୍ତାନ: ଆଜି ଆରମ୍ଭ ହେଉଛି ମୁସଲମାନ ମାନଙ୍କର ବଡ଼ ପର୍ବ। ତଥା ରମଜାନ୍ ମାସ। ତେଣୁ ବିଭିନ୍ନ ମସଜିଦରେ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଆଉ ଏହି ଭିଡ଼ର ସୁଯୋଗ ନେଇ କେହି ମସଜିଦରେ ବୋମା ବିସ୍ଫୋରଣ କରିଦେଇଛି। ଯାହାଦ୍ୱାରା ୫ ଜଣଙ୍କର ଜୀବନ ଚାଲିଯାଇଛି।
ଆଉ ଏହି ବିସ୍ଫୋରଣରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ବାବଦରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।
ମସଜିଦରେ ବିସ୍ଫୋରଣ: ତେବେ ଯଦି ଦେଖିବା ଆଜିଠାରୁ ଆରମ୍ଭ ହେଉଛି ରମଜାନ୍ ମାସ। ଆଉ ଏହି ରମଜାନ୍ ଆଜିଠାରୁ ଆରମ୍ଭ ହୋଇ ମାର୍ଚ ୨୯ ତାରିଖରେ ସରିବ। ତେଣୁ ପ୍ରତ୍ୟେକ ଦିନ ମସଜିଦରେ ଭିଡ଼ ଲାଗିବ।
ଆଉ ଏହାରି ଭିତରେ ପ୍ରଥମ ଦିନରୁ ହିଁ ମସଜିଦରେ ବୋମା ବିସ୍ଫୋରଣ ହେବା। ଆଉ ଏହି ଘଟଣାରେ ୫ ଜଣଙ୍କ ଜୀବନ ଯିବା ଆଉ ଅନେକ ଆହତ ହେବା ଘଟଣା। ପୋଲିସ ପ୍ରଶାସନ ସହ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି।
କିଏ କଲା ବିସ୍ଫୋରଣ: ଦେଖିବାକୁ ଗଲେ ଏହି ବିସ୍ଫୋରଣଟି ପାକିସ୍ତାନରେ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଏକ ବରିଷ୍ଠ ପୋଲିସ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ ଏହାକୁ ନେଇ ସୂଚନା ଦେଇଛନ୍ତି। ପାକିସ୍ତାନର ଉତ୍ତମ-ପଶ୍ଚିମ ଇଲାକାରେ ଥିବା ଏକ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି।
ଅକ୍କରା ଖଟ୍ଟକ ଜିଲ୍ଲାରେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ବାବଦରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।
ପାକିସ୍ତାନର ଖାଇବର ଅଞ୍ଚଳରେ ଥିବା ଜାମିଆ ହାକାନିଆ ନାମକ ମସଜିଦରେ ଏହି ଅଘଟଣ ଘଟିଛି। ଏହି ମସଜିଦ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ରହିଥିବା ବେଳେ, ଆଫଗାନ ତାଲିବାନ ଏହା ଉପରେ ଅଧକାର ଜାହିର କରି ଆସିଛି। ତେବେ ଆଜି ବୋମା ବିସ୍ଫୋରଣ କିଏ ଘଟାଇଛି ତାହାକୁ ନେଇ କୌଣସି ସୂଚନା ମିଳିନାହିଁ।