Breaking: ରେକର୍ଡ ଭାଙ୍ଗିବ ତାତି, ୩୫ ଡିଗ୍ରୀ ପାର କଲାଣି ତାପମାତ୍ରା
ଏବେଠାରୁ ଏତେ ଆଗକୁ କେତେ? ମାଡ଼ି ମାଡ଼ି ଆସୁଛି ଖରା । ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିପାରେ ତାତି।
ଭୁବନେଶ୍ୱର: ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିବ ତାତି। କାରଣ ଗ୍ରୀଷ୍ମ ଦିନ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଯେପରି ରହିଛି। ଯିଏ ନାହିଁ ସିଏ ଦେଖିଲେ ଅନୁମାନ କରିପାରିବ ଯେ ଚଳିତ ବର୍ଷ ତାତିର କରାଳ ରୂପ କିପରି ରହିବ।
ଏବେଠାରୁ ତ ଖରା ଯେଉଁଭଳି ଭାବରେ ଡରାଇଲାଣି। ଘରୁ ବାହାରିବାକୁ ତ ଡର ଲାଗୁଛି। ତା ଉପରେ ଗୁଳୁଗୁଳି ଏବେଠାରୁ ଅସହ୍ୟ କଲାଣି। ମନେ ହେଉଛି ଯେପରି ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିବ ତାତି। ଆଉ ଅସ୍ତବ୍ୟସ୍ତ ହୋଇ ପଡିବ ଜନଜୀବନ।
ଏହାସହ ମାର୍ଚ୍ଚରୁ ମେ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା। ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ମଧ୍ୟ ସମ୍ଭାବନା। ଏଥର ରେକର୍ଡ ଭାଙ୍ଗିବ ତାତି। ସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି।
ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ। ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଏବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିସାରିଲାଣି। ତେଣୁ ଆଗକୁ କେଉଁ ପରିସ୍ଥିତି ହେବ ଏବେଠାରୁ ଅନୁମାନ କରିହେଲାଣି।