Breaking: ସୁରେଶ ପନ୍ତ ନୂଆ ପିସିସିଏଫ୍‌

୧୯୯୦ ବ୍ୟାଚ୍‌ର IFS ସୁରେଶ ପନ୍ତଙ୍କୁ ମିଳିଲା ପିସିସିଏଫ ଦାୟିତ୍ବ ।

ଭୁବନେଶ୍ବର: ସୁରେଶ ପନ୍ତ ନୂଆ ପିସିସିଏଫ୍‌ ନିଯୁକ୍ତ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୯୯୦ ବ୍ୟାଚ୍‌ର IFS ଅଧିକାରୀ ହେଉଛନ୍ତି ସୁରେଶ ପନ୍ତ । ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି ।

୧୯୮୮ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି ସୁରେଶ ପନ୍ତ । ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ବର୍ତ୍ତମାନ ସୁରେଶ ପନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (MD) ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପଦବୀ ସେ ସେପ୍ଟେମ୍ବର 2021 ଠାରୁ ଗ୍ରହଣ କରିଆସୁଛନ୍ତି ।

ସୁରେଶ ପନ୍ତଙ୍କ କଥା ଯଦି ଦେଖିବା ସେ ପନ୍ତ ଉତ୍ତରାଖଣ୍ଡର ବାସିନ୍ଦା ଏବଂ ପଦାର୍ଥ ବିଜ୍ଞାନରେ ଏମଏସସି କରିଛନ୍ତି । OFDCରେ ଯୋଗଦେବା ପୂର୍ବରୁ, ସେ ୨୪ ନଭେମ୍ବର ୨୦୧୫ ରୁ ୨୨ ଜୁଲାଇ ୨୦୧୮ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଭାବରେ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ୨୫ ଜୁଲାଇ ୨୦୧୮ରେ ବ୍ରହ୍ମପୁର ସର୍କଲର RCCF ଭାବରେ ନିଯୁକ୍ତି ଦିଆଯାଇଥିଲା ।