Breaking: ମାସକର ଶିଶୁ ଦେହରେ ୪୦ରୁ ଅଧିକ ଚେଙ୍କ
ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ। ରୋଗ ଭଲ କରିବା ପାଇଁ ମାସକର ଶିଶୁର ପେଟରେ ଓ ମୁଣ୍ଡରେ ୪୦ରୁ ଅଧିକ ଲୁହା ଚେଙ୍କ।
ନବରଙ୍ଗପୁର: ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ। କଳୁଷିତ ମାନସିକତା। ଯେତେବେଳେ କି ଆମ ଟେକ୍ନୋଲୋଜି ବହୁ ଆଗକୁ ଗଲାଣି। ମଣିଷ ଚନ୍ଦ୍ରକୁ ଗଲାଣି। ସେତେବେଳେ ବି ଆମ ସମାଜରେ ବଞ୍ଚି ରହିଛି ବହୁ ପିରାତନ ଅମଳର ଅନ୍ଧବିଶ୍ୱାସ।
ଯାହାର ଚିତ୍ର ଏବେ ଦେଖିବାକୁ ମିଳିଛି। କାରଣ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ପାଟିରୁ ବି ବାହାରିବ ଆହା କି କଷ୍ଟ। କେମିତିକା ବାପା ମା’ ଏମାନେ। ନିଜ ଛୁଆକୁ ବି ଏତେ କଷ୍ଟ ଦେଇପାରୁଛନ୍ତି।
ହଁ ନବରଙ୍ଗପୁର ଉମରକୋଟ ଚନ୍ଦାହାଣ୍ଡି ଗମ୍ଭାରିଗୁଡ଼ା ପଞ୍ଚାୟତ ଫୁଣ୍ଡେଲପଡା ଗାଁର ଘଟଣା। ଜଣେ ନବଜାତ ଶିଶୁ ବା ମାସକର ଛୋଟ ପିଲାଟିଆ। ଯିଏ ଦୁନିଆ କ’ଣ ଜାଣିନି। ନୂଆ କରି ଦୁନିଆ ଦେଖୁଛି। ହେଲେ ତାର ଦେହ ଖରାପରେ ବାପା ମା’ ତା ଦେହରେ ଲୁହା ରଡ ଚେଙ୍କ ଦେଇ ଗୁରୁତର କରିଦେଇଛନ୍ତି।
କାରଣ ସେମାନଙ୍କ ମନରେ ଏବେ ବି ବିଶ୍ୱାସ ଅଛି କି ଦେହ ଖରାପ ହେଲେ ଛୁଆକୁ ଚେଙ୍କ ଦିଆଯାଏ। ଯାହା ଫଳରେ ପିଲାର ଦେହ ଭଲ ହୋଇଯାଏ। ଆଉ ଏଇଆ ଭାବି ପିଲାଟିର ଯେତେବେଳେ ଦେହ ଖରାପ ହୋଇଛି। ତା ଦେହରେ ଚେଙ୍କ ଦବା ଆରମ୍ଭ କରିଛନ୍ତି।
ପରେ ପିଲାଟି ଗୁରୁତର ହେବାରୁ ତାକୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାହା ସୂଚନା ମିଳିଛି କି ମାସକର ଶିଶୁ ଦେହରେ ପାଖାପାଖି ୪୦ରୁ ଅଧିକ ଚେଙ୍କ ଦିଆଯାଇଛି। ପିଲାଟିର ମୁଣ୍ଡ ଓ ପେଟରେ ପୋଡ଼ା ଚିହ୍ନ ରହିଛି।