(Video)ବିବାହ ବନ୍ଧନରେ ବାନ୍ଧିହେଲେ ମନ୍ମଥ ରାଉତରାୟ, ଚନ୍ଦକା ରିସର୍ଟରେ ପଡ଼ିଲା ହାତଗଣ୍ଠି
ପ୍ରେମ ବିବାହ କରିଛନ୍ତି ଉଭୟ ମନ୍ମଥ ରାଉତରାୟ ଏବଂ ରୋଜାଲିନ ।
ଭୁବନେଶ୍ବର: ବିବାହ କଲେ ସୁର ରାଉତରାୟଙ୍କ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ । ତେବେ ପ୍ରଥମ ବିବାହର ବିଚ୍ଛେଦ ପରେ ସେ ଦ୍ବିତୀୟ ବିବାହ କରିଛନ୍ତି । ଗତକାଲି ରାତିରେ ଧୁମଧାମରେ ହୋଇଛି ବାହାଘର ।
ରାଜଧାନୀ ଉପକଣ୍ଠ ଡେରାସ ଚନ୍ଦକା ରିସର୍ଟରେ ବେଶ୍ ଆଡମ୍ବରରେ ବିବାହ ସମ୍ପନ୍ନ ହୋଇଛି । ତେବେ ବିବାହ ଉତ୍ସବରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ମାତ୍ର କିଛି ବନ୍ଧୁବାନ୍ଧବଙ୍କ ଗହଣରେ ବିବାହ ହୋଇଛି ।
ତାଙ୍କ ସ୍ତ୍ରୀଙ୍କ ନାମ ରୋଜାଲିନ୍ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଘରୋଇ ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଅଛନ୍ତି । ତାଙ୍କ ପ୍ରଥମ ସ୍ତ୍ରୀ ସୁଚିସ୍ମିତା ମହାପାତ୍ରଙ୍କ ସହିତ ବିବାହ ବିଚ୍ଛେଦ ପରେ ସେ ଏବେ ରୋଜାଲିନଙ୍କୁ ବିବାହ କରିଛନ୍ତି ।
ତେବେ ବାଜା ରୋଷଣୀ କରି ବରଯାତ୍ରୀ ନେଇ ଆସିଥିଲେ ମନ୍ମଥ । ସେହିପରି ଚନ୍ଦକା ରେସର୍ଟରେ ବିବାହ ସମୟରେ ଫଟୋ ଉଠାଇବା ଉପରେ ମଧ୍ୟ ବାରଣ କରାଯାଇଥିଲା ।
ବୈଦିକ ରୀତିନୀତିରେ ତାଙ୍କର ବିବାହ ହୋଇଥିବା ବେଳେ ଏଥିରେ ବିଜେଡି କିମ୍ବା କଂଗ୍ରେସର କୌଣସି ସଦସ୍ୟ ଯୋଗ ଦେଇନଥିଲେ ।