କନଷ୍ଟେବଳଙ୍କ ଅଜବ ଯୁକ୍ତି, “ଛାତି ଉପରେ ବସି ପ୍ରତ୍ୟେକ ଦିନ ରାତିରେ ରକ୍ତ ପିଉଛି ସ୍ତ୍ରୀ”

ଭାଇରାଲ ହେଉଛି ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କ ଚିଠି। ଡ଼େରିରେ ଅଫିସ ଆସୁଥିବା ନେଇ ତାଙ୍କ ପାଖକୁ ଅଫିସ ତରଫରୁ ଚିଠି ପଠା ଯାଇଥିଲା। ଯେଉଁଥିରେ ସେ ଲେଖିଛନ୍ତି ମୋ ସ୍ତ୍ରୀ ସବୁ ଦିନ ରାତିରେ ମୋ ରକ୍ତ ପିଉଛି। ସେଥିପାଇଁ ମୁଁ ରାତିରେ ଶୋଇ ପାରୁନି। ସେଥିପାଇଁ ସକାଳୁ ଉଠି ଠିକ୍ ସମୟରେ ଅଫିସ ଆସି ପାରୁନି।

ଉତ୍ତରପ୍ରଦେଶ: ଆଜିକାଲି ଦମ୍ପତ୍ତିମାନଙ୍କ ମଧ୍ୟରେ ତ ଝଗଡ଼ା ଏକ ସାଧାରଣ ଘଟଣା ହୋଇଗଲାଣି। ଘରେ ଘରେ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ କଳହ ଦେଖାଦେଲାଣି। ତେଣୁ ଅନେକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ହେଲେ ତା ଭିତରେ ଜଣେ କନଷ୍ଟେବଳଙ୍କ ଅଜବ ଚିଠି ଭାଇରାଲ ହେବାରେ ଲଗିଛି। କନଷ୍ଟେବଳଙ୍କ କହିବା କଥା ତାଙ୍କ ସ୍ତ୍ରୀ ପ୍ରତ୍ୟେକ ଦିନ ରାତିରେ ତାଙ୍କ ରକ୍ତ ପିଉଛନ୍ତି।

ସେଥିପାଇଁ ସେ ସକାଳୁ ଉଠି ପାରୁନାହାନ୍ତି। ଏବଂ ଅଫିସରେ ପହଞ୍ଚିବା ପାଇଁ ସବୁ ଦିନ ଡେରି ହେଉଛି। ନିଜର ଉପର ଅଫିସରଙ୍କ ଡେରିରେ ଆସୁଥିବା ନେଇ ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି କନେଷ୍ଟବଳ ଜଣଙ୍କ। ଆଉ ସେହି ଚିଠି ଏବେ ଭାଇରାଲ ହେବାରେ ଲାଗିଛି।

ରାତିରେ ରକ୍ତ ପିଉଛି ସ୍ତ୍ରୀ: ହଁ ଉତ୍ତରପ୍ରଦେଶ ପାରାମିଲିଟାରୀ ଫୋର୍ସର ଜଣେ କନଷ୍ଟେବଳ କାର୍ଯ୍ୟରତ ଅଛନ୍ତି। ଫେବ୍ରୁଆରୀ ୧୭ରେ ୪୪ତମ ବାଟାଲିଅନ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀର କମାଣ୍ଡର ମଧୁସୂଦନ ଶର୍ମା ବିଭାଗର ଜଣେ କନଷ୍ଟେବଳଙ୍କୁ ଲଗାତାର ଭାବେ ଦାୟିତ୍ୱରେ ଅବହେଳା ସହ ବିଶୃଙ୍ଖଳିତ ଆଚରଣ ଓ ବିଳମ୍ବରେ ଅଫିସ୍ ଆସିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

ଯେଉଁଥିରେ ଉକ୍ତ କନେଷ୍ଟବଳ ଜଣଙ୍କ ଚିଠିର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି କି? ପ୍ରତ୍ୟେକ ଦିନ ମୋ ସ୍ତ୍ରୀ ମୋ ଛାତି ଉପରେ ବସି ମୋ ରକ୍ତ ପିଉଛି। ଯାହା ପାଇଁ ମୁଁ ସକାଳୁ ଉଠି ପାରୁନି। ତେଣୁ ଅଫିସ ଆସିବାରେ ବିଳମ୍ୱ ହେଉଛି।

ସ୍ୱାମୀ-ସ୍ତ୍ରୀ ବିବାଦ: ତେବେ ପ୍ରକୃତ କଥା ହେଉଛି ଏହି କଥାଟି ସମ୍ପୂର୍ଣ୍ଣ ସତ ନୁହେଁ, କି ମିଛ ବି ନୁହେଁ। କାରଣ କନଷ୍ଟେବଳଙ୍କ କହିବା କଥା ତାଙ୍କ ସ୍ତ୍ରୀ ପ୍ରତ୍ୟେକ ଦିନ ରାତିରେ ତାଙ୍କ ରକ୍ତ ପିଉଛନ୍ତି। ଯାହାକି ସେ ସବୁଦିନ ସ୍ୱପ୍ନ ଦେଖୁଛନ୍ତି। ସ୍ୱପ୍ନରେ ତାଙ୍କ ସ୍ତ୍ରୀ ଛାତି ଉପରେ ବସି ତାଙ୍କ ରକ୍ତ ପିଉଛନ୍ତି।

ସେଥିପାଇଁ ସେ ଅଫିସ ଆସିବାରେ ବିଳମ୍ୱ କରୁଛନ୍ତି। ଆଉ ଏହାର କାରଣ ହେଉଛି  କନଷ୍ଟେବଳ ଜଣକ ଦରଖାସ୍ତରେ ଲେଖିଛନ୍ତି “ସାର୍… ମୋ ସ୍ତ୍ରୀ ଓ ମୋର ଖୁବ୍ ଝଗଡ଼ା ହେଉଛି। ଝଗଡ଼ା ଚରମସୀମାରେ ପହଞ୍ଚିଲାଣି। ପରିସ୍ଥିତି ଏପରି ହେଲାଣି ଯେ, ମୁଁ ତାକୁ ସ୍ୱପ୍ନରେ ଦେଖୁଛି।

ସେ ମୋ ଛାତି ଉପରେ ବସି ମୋ ରକ୍ତ ପିଇ ମାରିଦେବାକୁ ଚେଷ୍ଟା କରୁଛି। ମୋର ଏପରି ସ୍ୱପ୍ନ ଆସୁଥିବାରୁ ମୁଁ ରାତିରେ ଶୋଇପାରୁନି। ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି।