ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ବିଜୁବାବୁଙ୍କୁ ନେଇ କମ୍ପିବ ଗୃହ

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । 10ରୁ ବଜେଟ୍ ଆଲୋଚନା ।

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 5 ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ଅନେକ ପ୍ରସଙ୍ଗକୁ ନେଇ ବିରୋଧି ହଟ୍ଟଗୋଳ କରିପାରନ୍ତି ।

ପଞ୍ଚାୟତିରାଜ ଦିବସରେ ବିଜୁବାବୁଙ୍କର ଜୟନ୍ତି ପାଳନ ନକରିବା, ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ ଏବଂ ଧାନ ମଣ୍ଡି ଲୁଟକୁ ନେଇ ଘେରି ପାରନ୍ତି ବିରୋଧି ।

ତେବେ ଆଜି ବିଜୁବାବୁଙ୍କ ପ୍ରସଙ୍ଗ ପ୍ରଧାନ ପ୍ରସଙ୍ଗ ରହିବ । କାରଣ ଜୟନ୍ତୀରେ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ସରକାର ଆସିବେ ଯିବେ କିନ୍ତୁ ବିଜୁ ବାବୁ ସବୁବେଳେ ଆମ ହୃଦୟରେ ରହିବେ ବୋଲି ସେ କହିଥିଲେ ।

ତେବେ ବିଜେଡି ମଧ୍ୟ ଏହାକୁ ବିରୋଧ କରି ଗୁରୁବାର ପ୍ରତିବାଦକୁ ଓହ୍ଲାଇଥିଲା । ତେବେ ଆଜି ବିଧାନସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ।

ତେବେ ଆଜି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ ହେବ । ଏହାପରେ 10ରୁ 28 ତାରିଖ ଯାଏଁ ବଜେଟ୍ ଉପରେ ଆଲୋଚନା ହେବ । ମାର୍ଚ୍ଚ 29 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।