EPFO ନିୟମରେ ପରିବର୍ତ୍ତନ, ବିନା ଡକ୍ୟୁମେଣ୍ଟରେ ପ୍ରୋଫାଇଲ୍ ହେବ ଅପଡେଟ୍
ବର୍ତ୍ତମାନ ବିନା ଡକ୍ୟୁମେଣ୍ଟରେ ପ୍ରୋଫାଇଲ ଅପଡେଟ୍ କରିପାରିବେ । ଆଉ ଅନୁମତିର ଆବଶ୍ୟକତା ପଡିବ ନାହିଁ ।
ନୂଆନୂଆ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି । ନୂତନ ସଂଶୋଧନ ଅନୁଯାୟୀ, EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ୍ ନକରି ପର୍ସନାଲ ଡାଟା ସହିତ ସେମାନଙ୍କର ଆଧାର-ଲିଙ୍କ୍ଡ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN)କୁ ଅପଡେଟ୍ କରିପାରିବେ ।
ଯଦି UAN ଆଧାର ସହିତ ଲିଙ୍କ୍ ହୋଇଛି, ତେବେ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ୍ ନକରି ନାମ, ଜନ୍ମ ତାରିଖ, ଲିଙ୍ଗ, ଜାତୀୟତା, ପିତା କିମ୍ବା ମାତାଙ୍କ ନାମ, ବୈବାହିକ ସ୍ଥିତି, ପତି କିମ୍ବା ପତ୍ନୀଙ୍କ ନାମ, ଯୋଗଦାନ ତାରିଖ ଏବଂ ଛାଡିବା ତାରିଖ ଭଳି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ପ୍ରୋଫାଇଲ୍ ଅପଡେଟ୍ କରିପାରିବେ । ଏଥିପାଇଁ ଅନ୍ୟ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ ।
ପୂର୍ବରୁ, ସଦସ୍ୟମାନଙ୍କୁ ସେମାନଙ୍କର ପ୍ରୋଫାଇଲ୍ ଅପଡେଟ୍ କରିବା ପାଇଁ ନିଯୁକ୍ତିଦାତାଙ୍କ ଠାରୁ ଅନୁମୋଦନ ନେବାକୁ ପଡୁଥିଲା । ଯାହା ଫଳରେ ହାରାହାରି ପ୍ରାୟ 28 ଦିନ ବିଳମ୍ବ ହେଉଥିଲା । EPFOର ଏହି ପରିବର୍ତ୍ତନ ଦ୍ୱାରା 7 କୋଟି ସଦସ୍ୟ ଉପକୃତ ହେବେ ।
ଏମାନଙ୍କ ପାଇଁଁ ଆପ୍ରୁଭାଲ ଜରୁରୀ- EPFOର ଏକ ବିବୃତ୍ତି ଅନୁଯାୟୀ, ‘୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ସଂଶୋଧନ ପାଇଁ ମିଳିଥିବା ମୋଟ ୮ ଲକ୍ଷ ଅନୁରୋଧ ମଧ୍ୟରୁ, ପ୍ରାୟ ୪୫% ପରିବର୍ତ୍ତନକୁ ସଦସ୍ୟ ନିଜେ ନିଯୁକ୍ତିଦାତାଙ୍କ ଦ୍ୱାରା ଯାଞ୍ଚ କିମ୍ବା EPFO ଦ୍ୱାରା ଅନୁମୋଦନ ବିନା ଅପଡେଟ୍ କରିପାରିବେ । ଯଦି UAN ୧ ଅକ୍ଟୋବର ୨୦୧୭ ପୂର୍ବରୁ ଜାରି କରାଯାଇଥାଏ, ତେବେ ପ୍ରୋଫାଇଲରେ ଯେକୌଣସି ଅପଡେଟ୍ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେବ ।