Breaking: ST ହଷ୍ଟେଲରେ ବଢ଼ିଛି ମୃତ୍ୟୁ ସଂଖ୍ୟା, ରାୟଗଡ଼ା ଜିଲ୍ଲାରେ ସର୍ବାଧିକ

ଆଦିବାସୀ ଆବାସିକ ହଷ୍ଟେଲରେ ୮ ମାସରେ ମରିଛନ୍ତି ୨୬ ଛାତ୍ରଛାତ୍ରୀ ।

ଭୁବନେଶ୍ବର: ଏସଟି ହଷ୍ଟେଲରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ବଢ଼ିଛି ମୃତ୍ୟୁ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଭଳି ଉତ୍ତର ଦେଉଛନ୍ତି ।

ଏସଟି ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ନେଇ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିବା ବେଳେ ବିଭିନ୍ନ ଜିଲ୍ଲାରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି, ସେଥିରୁ ୬ ଆତ୍ମହତ୍ୟା କରିଛନ୍ତି ।

୨୦ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ପ୍ରକାଶଥାଉକି, ପୂର୍ବରୁ ଅନେକ ବାର ରାୟଗଡା ହଷ୍ଟେଲରେ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଆସୁଛନ୍ତି ।