Breaking: ନିଆଁର ଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ। ମିକ୍ସଚର ଦୋକାନରେ ଲାଗିଲା ନିଆଁ। ଏବେ ସୁଦ୍ଧା ଅଣାୟତ୍ତ ସ୍ଥିତି। ପାଖ ଦୋକାନକୁ ନିଆଁ ବ୍ୟାପିବା ସମ୍ଭାବନା।

ଭୁବନେଶ୍ୱର: ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳି ପୋଡି ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁଁ ଦୋକାନ ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।

ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ନିଆଁ ଆୟତ୍ତକୁ ଆସିନାହିଁ। ଯେହେତୁ ଫ୍ୟାକ୍ଟ୍ରି ପାଖରେ ଅନେକ ଦୋକାନ ରହିଛି, ନିଆଁ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି।

ଦୋକାନ ଭିତରୁ ପ୍ରବଳ ଧୂଆ ବାହାରୁଛି। ଏହି ଘଟଣାଟି ଭୁବନେଶ୍ୱର ସହିଦନଗରରେ ଥିବା ଏର ମିକ୍ସଚର ଫ୍ୟାକ୍ଟ୍ରିରେ ଘଟିଛି। ହେଲେ ନିଆଁ କିପରି ଲାଗିଲା ତାହା ଏବେ ଯାଏଁ ଜଣା ପଡିନାହିଁ। ନିଆଁ ଲିଭାଇବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଛି। କାରଣ ଯଦି ନିଆଁ ଥରେ ବ୍ୟାପିବା ଆରମ୍ଭ କରିବ। ତାହାଲେ ଆୟତ୍ତକୁ ଆସିବା କଷ୍ଟ ସାଧ୍ୟ ହୋଇପଡିବ।