କର୍ଣ୍ଣାଟକରେ ଇସ୍ତ୍ରାଏଲ ଯୁବତୀ ସମେତ 2ଜଣଙ୍କୁ ଗଣଦୁଷ୍କର୍ମ, ଦୁଷ୍କର୍ମକାରୀ ଠେଲି ଦେବାରୁ ଓଡ଼ିଆ ଯୁବକଙ୍କ ମୃତ୍ୟୁ
କର୍ଣ୍ଣାଟକରେ ଜଣେ ଇସ୍ରାଏଲୀ ପର୍ଯ୍ୟଟକଙ୍କ ସମେତ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ । ୩ ବନ୍ଧୁଙ୍କୁ କେନାଲରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ ।
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ରାତିରେ କର୍ଣ୍ଣାଟକରେ ଜଣେ ୨୭ ବର୍ଷୀୟ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ହୋମଷ୍ଟେ ମାଲିକଙ୍କୁ ତିନି ଜଣ ପୁରୁଷ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ଅନୁଯାୟୀ, ଏହି ଘଟଣା ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ କୋପ୍ପାଲ ଜିଲ୍ଲାର ସାନପୁରରେ ଘଟିଥିଲା। ପୋଲିସର କହିବା ଅନୁଯାୟୀ, ମହିଳାଙ୍କ ସହିତ ସେମାନଙ୍କର ତିନି ଜଣ ପୁରୁଷ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଥିରୁ ଜଣେ ଆମେରିକାର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ପ୍ରଥମେ ଏହି ପାଞ୍ଚ ଜଣଙ୍କୁ ମାଡ଼ ମାରିଥିଲେ ଏବଂ ପରେ ମହିଳାମାନଙ୍କୁ ବଳାତ୍କାର କରିଥିଲେ ।
ତେବେ ପୁରୁଷ ବନ୍ଧୁ ପ୍ରତିବାଦ କରିବା କାରଣରୁ ତାଙ୍କୁ କେନାଲରେ ଫିଙ୍ଗି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଏବେ ବି ନିଖୋଜ ଅଛନ୍ତି ।
ଅଗ୍ନିଶମ ଅଧିକାରୀ ଏବଂ ପୋଲିସ ଡଗ୍ ସ୍କ୍ବାଡ୍ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜୁଛନ୍ତି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।
ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଏଫଆଇଆର ପଞ୍ଜିକୃତ କରାଯାଇଛି ଏବଂ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଇସ୍ରାଏଲୀ ମହିଳାଙ୍କ ବୟସ ୨୭ ବର୍ଷ ବୋଲି କୁହାଯାଉଛି । ଦ୍ୱିତୀୟ ମହିଳାଙ୍କ ବୟସ 30 ବର୍ଷ ।