ଶାନ୍ତି ଚୁକ୍ତିନାମା ନେଇ ଆଲୋଚନା ମଧ୍ୟରେ ପୁଣିଥରେ ମିସାଇଲ ମାଡ଼ କଲା ଋଷ, ପ୍ରାଣ ହରାଇଲେ 14
ବଦଳିଲାନି ପୁଟିନଙ୍କ ଭାବନା । ମିସାଇଲ ମାଡ଼ରେ 14ଜଣଙ୍କ ମୃତ୍ୟୁ ।
ନୂଆଦିଲ୍ଲୀ: ୟୁକ୍ରେନରେ ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା ମଧ୍ୟରେ ଋଷ ଏକ ବଡ଼ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି । ଉତ୍ତର ୟୁକ୍ରେନର ଡୋବ୍ରୋପିଲିଆ ସହର ଉପରେ ଋଷ ରାତିସାରା ଘନଘନ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଋଷ ସେନାର ରାତିସାରା ଆକ୍ରମଣରେ ପାଞ୍ଚ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ବ୍ୟତୀତ ୩୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଋଷୀୟ ସୈନ୍ୟମାନେ ଡୋନେସ୍କ ଅଞ୍ଚଳରେ ବାରମ୍ବାର ଆକ୍ରମଣ କରୁଛନ୍ତି, ଏବଂ ଡୋନବାସ ଅଞ୍ଚଳ ଦଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ରୁଷ ସେନା ବାଲିଷ୍ଟିକ୍ ମିସାଇଲ୍, ଅନେକ ରକେଟ୍ ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ଏଥିରେ ଆଠଟି ବହୁତଳ କୋଠା ଧୂଳିସାତ୍ ହୋଇଯାଇଥିଲା । ଏହି ଆକ୍ରମଣରେ ପ୍ରାୟ 30ଟି ଗାଡ଼ି ନଷ୍ଟ ହୋଇଯାଇଥିଲା।
ଅନ୍ୟପଟେ ପାଞ୍ଚ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି । ୟୁକ୍ରେନୀୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଖାରକିଭ ଅଞ୍ଚଳରେ ଅନ୍ୟ ଏକ ଆକ୍ରମଣରେ ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି ।
ପୁଟିନ ଉଦ୍ଦେଶ୍ୟ ପରିବର୍ତ୍ତନ କଲେ ନାହିଁ- ଶାନ୍ତି ଆଲୋଚନା ମଧ୍ୟରେ ରୁଷୀୟ ଆକ୍ରମଣ ଉପରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଫେସବୁକରେ କହିଛନ୍ତି, “ଏପରି ଆକ୍ରମଣ ଦର୍ଶାଉଛି ଯେ ଋଷର ଉଦ୍ଦେଶ୍ୟ ବଦଳି ନାହିଁ । ତେଣୁ, ଜୀବନ ସୁରକ୍ଷା ପାଇଁ ଆମର ସର୍ବୋତ୍ତମ ପ୍ରୟାସ ଜାରି ରଖିବା, ଆମର ବାୟୁ ପ୍ରତିରକ୍ଷାକୁ ମଜବୁତ କରିବା ଏବଂ ରୁଷ ବିରୁଦ୍ଧରେ କଟକଣା ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ । ପୁଟିନଙ୍କୁ ଯୁଦ୍ଧ ପାଇଁ ଆର୍ଥିକ ସହାୟତା କରୁଥିବା ସମସ୍ତ ଜିନିଷକୁ ସମାପ୍ତ କରାଯିବା ଉଚିତ ।”