ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ, ‘ଆମକୁ ଶୋଷଣ କରାଯାଉଛି’

ଭୁବନେଶ୍ବର: ବିବାଦୀୟ ବୟାନ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ମିଶିବା ଆମର ଭୁଲ, ଆମକୁ ଶୋଷଣ କରାଯାଉଛି କହିଲେ ଜୟନାରାୟଣ ।

ସେ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ କହିଲେ ଜୟନାରାୟଣ । ଆଜି ସୁଭଦ୍ରା ସଭରାରେ ଏହି ବଡ଼ ବୟାନ ଦେଇଛନ୍ତି ।

ତେବେ ଜୟନାରାୟଣ ମିଶ୍ରଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବରିଷ୍ଠ ରାଜନେତା କିଭଳି ଏପରି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ।

ତେବେ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଜୟନାରାୟଣ ବର୍ତ୍ତମାନ ବିରୋଧୀଙ୍କ ଟାର୍ଗେଟ ହୋଇପାରନ୍ତି ଏବଂ ବିଧାନସଭାରେ ଚର୍ଚ୍ଚା ହୋଇପାରେ ବୋଲି କୁହାଯାଉଛି ।