ଜୟନାରାୟଣଙ୍କ ବୟାନକୁ ନେଇ କମ୍ପଲା ଗୃହ, ମୁଲତବୀ ଘୋଷଣା କଲେ ବାଚସ୍ପତି
ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ଓ କଂଗ୍ରେସର ହଙ୍ଗାମା । ୧୨ଟା ୯ ମିନିଟ୍ ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।
ଭୁବନେଶ୍ବର: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ । ହେଲେ ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଯାଇଛି । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ ହଙ୍ଗାମା କରିଥିଲେ ।
ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢୀ ଦିନ 12ଟା 9 ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲା ବିଜେଡି । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡି ଗୃହରେ ହଙ୍ଗାମା କରିଥିଲା ।
ଜୟନାରାୟଣ ମିଶ୍ରଙ୍କ ଓଡ଼ିଶାକୁ ଭାଗ ଭାଗ କରିବା ପ୍ରସଙ୍ଗକୁ ନେଇ କାହିଁଁକି ମୁଖ୍ୟମନ୍ତ୍ରୀ କିଛି କହୁନାହାନ୍ତି, ଯେଉଁ ବିଜେପି ସରକାର ଓଡ଼ିଆ ଅସ୍ମିତା ନେଇ ନାରାବାଜିି ଦେଉଥିଲା ସେମାନ ଏବେ କୁଆଡ଼େ ଗଲେ ବୋଲି ବିଜେଡି କର୍ମୀ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ନାରୀ ନିର୍ଯାଚନା ଅଭିଯୋଗରେ କଂଗ୍ରେସ ନାରାବାଜି ଦେଇଥିଲା । ତେବେ ଉଭୟ କଂଗ୍ରେସ ଏବଂ ବିଜେଡିର ହଙ୍ଗାମା କାରଣରୁ ବାଚସ୍ପତି ୧୨ଟା ୯ ମିନିଟ୍ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।