ଆଜିଠୁ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ, ପ୍ରବେଶିକା ପରୀକ୍ଷା ମାର୍କ ଅନୁଯାୟୀ ଚୟନ
ଆଜିଠୁ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ ଆରମ୍ଭ ।
ଭୁବନେଶ୍ବର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ପାଇଁ ଆବେଦନ ଆରମ୍ଭ ହେବ । ତେବେ ଆଜିଠୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ 28 ଶେଷ ତାରିଖ ରହିଛି । ଏହାପରେ 29 ତାରିଖରେ ଫର୍ମ ସଂଶୋଧନ କରିପାରିବେ ।
ତେବେ କ୍ୟାରିୟର ମାର୍କକୁ ଚଳିତ ପରୀକ୍ଷାରେ ଧରାଯିବ ନାହିଁ । ପରୀକ୍ଷା ମାର୍କକୁ ନେଇ ପିଲା କଲେଜରେ ନାମ ଲେଖାଇବେ । ମେ 4 ତାରିଖରୁ 18 ତାରିଖ ଯାଏଁ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା 4ଟି ରାଉଣ୍ଡରେ କରାଯିବ ।
ଯେଉଁମାନେ ନାମ ଲେଖାଇବେ ସେମାନେ ସ୍ନାତ୍ତକ ପ୍ରମାଣପତ୍ର 2 ମାସ ଭିତରେ ଦାଖଲ କରିବା ଆବଶ୍ୟକ ବୋଲି କୁହାଯାଇଛି । ଯେଉଁମାନେ ଦାଖଲ କରିପାରିବେ ନାହିଁ ତାଙ୍କର ନାମ ବାତିଲ କରାଯିବ ।
ତେବେ ଗତବର୍ଷ ରାଜ୍ୟର 116 ଉଚ୍ଚ ଶିକ୍ଷାନୁଷ୍ଠାନରେ 12 ହଜାର 891 ସିଟ୍ ପାଇଁ ନାମଲେଖା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ତ୍ବରାନ୍ବିତ କରାଯାଉଛି ।