Breaking: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା, ବିରୋଧ କରୁଛନ୍ତି ସମ୍ବାଦଦାତା
ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ବିରୋଧ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ।
ଭୁବନେଶ୍ବର: ସାମ୍ବାଦିକଙ୍କ ଉପରେ କଟକଣା । ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି ।
ତେବେ ଏହାକୁ ଗ୍ରହଣ କରିପାରିନାହାନ୍ତି ସାମ୍ବାଦିକ । ସମସ୍ତ ସାମ୍ବାଦିକ ଏହାର ପ୍ରତିବାଦ କରି ପ୍ରେସ ଗ୍ୟାଲେରୀକୁ ଯିବାକୁ ବୟକଟ କରିଛନ୍ତି । ଏହାସହିତ ଗାନ୍ଧୀମୂର୍ତ୍ତି ତଳେ ଧାରଣ ଦେଇଛନ୍ତି ସାମ୍ବାଦିକ ।
କହିରଖୁଛୁ କି, ଗତକାଲି ବିଧାନସଭାରେ ଧସ୍ତାଧସ୍ତି ସହ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତି ଗୃହରେ ଧସ୍ତାଧସ୍ତି ହୋଇଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।
ଗଣତନ୍ତ୍ରର ମନ୍ଦିରରେ ଏଭଳି ଧସ୍ତାଧସ୍ତି ଗାଳି ଗୁଲଜକୁ ସମସ୍ତ ବିରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏହାପରେ ଆଜି ସାମ୍ବାଦିକଙ୍କୁ ମୋବାଇଲ ଫୋନ ବାରଣ କରାଯାଇଛି ।
କିନ୍ତୁ ଏହାକୁ ବିରୋଧ କରି ସାମ୍ବାଦିକମାନେ କହିଛନ୍ତି, ଯେତେବେଳେ ଜଣେ ସାମ୍ବାଦିକ ରିପୋର୍ଟିଂ ପାଇଁ ଯିବ ସେତେବେଳେ ବିନା ମୋବାଇଲରେ କିଭଳି କାମ କରିବ । ତେବେ ବିଧାୟକ ଭୁଲ କରିଲେ ଏହାର ପରିଣାମ ସାମ୍ବାଦିକ କାହିଁକି ଭୋଗିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ସରକାର ଏହାକୁ ପ୍ରତିହାର କରିବା ଦରକାର, ବାଚସ୍ପତି ସାମ୍ବିଦିକମାନଙ୍କୁ ସ୍ବାଧୀନତା ଦିଅନ୍ତୁ ବୋଲି କହି ଧାରଣାରେ ବସିଛନ୍ତି ବିଧାୟକ ।