ହୋଲିରେ ଅଧିକ ଭାଙ୍ଗପଣା ପିଉଛନ୍ତି କି? ଜାଣିରଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ହୋଲିରେ ଭାଙ୍ଗପଣା ପିଉଛନ୍ତି କି? ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ସମସ୍ତେ ଖୁସିରେ ଅବୀର ଖେଳୁଛନ୍ତି । ତେବେ ହୋଲି ଖେଳିବା ସହିତ ଲୋକେ ଆଜି ଭାଙ୍ଗ ପଣା ପିଉଛନ୍ତି । ତେବେ ଆବଶ୍ୟକତା ଠାରୁ ଅଧିକ ଭାଙ୍ଗପଣା ପିଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ ।

କାରଣ ଭାଙ୍ଗପଣା ପିଇବା ଦ୍ବାରା ନିଶା ହୋଇଯାଇଥାଏ । ଅଧିକ ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ । ତେବେ ଅନେକ ଭାଙ୍ଗ ଖାଇବା ଦ୍ବାରା କିଛି ଲୋକ ଜୀବନ ଯିବାର ସମ୍ଭାବନା ଅଧିକ ରହିଥାଏ ବୋଲି ସମସ୍ତେ କହିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଦ୍ବାରା ଜୀବନ ଯାଏ ନାହିଁ ବରଂ ଅଧିକ ନିଶା ହୋଇଯାଇଥାଏ ।

ଭାଙ୍ଗ ନିଶା ସହଜରେ ଛାଡେ ନାହିଁ । ବରଂ ସମୟ ଅନୁସାରେ, ଏହା ଧୀରେ ଧୀରେ ଛାଡିଥାଏ । ଅଧିକ ଭାଙ୍ଗ ପିଇବା ଦ୍ବାରା ଶରୀର ଉପରେ ନିୟନ୍ତ୍ରଣ ରହେ ନାହିଁ । କିଛିଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥାଏ । ଅଧିକ ଭାଙ୍ଗପଣା ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ ।

ଏହି କାରଣରୁ ଏନଜାଇଟି, ସ୍ମରଣଶକ୍ତିରେ ମଧ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଆବଶ୍ୟକତା ଠାରୁ ଅଧିକ ଭାଙ୍ଗ ପିଇବା ଦ୍ବାରା ସମସ୍ୟା ହୋଇପାରେ ।