Breaking: ଘର କାନ୍ଥ ତଳେ ଚାପି ହୋଇ ଚାଲିଗଲା ୮ ବର୍ଷୀୟା ନାବାଳିକାର ଜୀବନ

ଘର କାନ୍ଥ ତଳେ ଚାପି ହୋଇ ମରିଗଲା ନାବାଳିକା। ଅଳ୍ପକେ ବର୍ତ୍ତିଗଲା ଘରେ ଥିବା ଭାଇ।

ଆନନ୍ଦପୁର: ଘର କାନ୍ଥ ନେଲା କୁନି ଝିଅର ଜୀବନ। ଯେଉଁଘରେ ରହୁଥିଲେ ସେହି ଘର ହିଁ ନାବାଳିକାର ମୃତ୍ୟୁର କାରଣ ସାଜିଲା। ଘର ଭିତରେ ୮ ବର୍ଷୀୟା ନାବାଳିକା ଓ ତାର ଭାଇଥିଲେ। ହେଲେ ହଠାତ୍ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ଆଉ କାନ୍ଥ ଭୁଶୁଡ଼ି ସିଧା ଝିଅଟିର ଉପରେ ପଡିଥିଲା। ଆଉ ଘର କାନ୍ଥର ଅସହ୍ୟ ଯନ୍ତ୍ରଣାକୁ ସହ୍ୟ କରିପାରିଲା ନାହିଁ ନାବାଳିକା ଜଣକ। ଆଉ ଆଖି ବୁଜିଦେଲା। ହେଲେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭାଇ।

ହଁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ନନ୍ଦିପଦା ଥାନା ଅନ୍ତର୍ଗତ ବଡ଼ରମ୍ପାସ ଗାଁରେ। ଘର ଭିତରେ ଦୁଇ ଭାଇ ଭଉଣୀ ଥିବା ସମୟରେ ଘର କାନ୍ଥ ଭୁଶୁଡ଼ି ପଡିଥିଲା। ଯେଉଁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲା ପୁଅଟି। ହେଲେ କାନ୍ଥ ତଳେ ଚାପି ହୋଇ ମରିଗଲା ନାବାଳିକା ଜଣକ।