ଅବିବେକୀ ତାନ୍ତ୍ରିକ, ୬ମାସର ଶିଶୁକୁ ନିଆଁରେ ଓଲଟା ଟଙ୍ଗାଇ ଦେଲା, ପିଲାର ଆଖି ଫୁଟିଗଲା
ବିଭତ୍ସ କାଣ୍ଡ। ନିଷ୍ପାପ ଶିଶୁକୁ ନିଆଁରେ ଓଲଟା ଟଙ୍ଗାଇ ଦେଲା ତାନ୍ତ୍ରିକ। ୬ ମାସର ଶିଶୁର ମୁହଁ ପୋଡିଯିବା ସହ ପିଲାର ଆଖି ଫୁଟିଗଲା। ଆଉ ସେ ଅନ୍ଧ ହୋଇଗଲା।
ମଧ୍ୟପ୍ରଦେଶ: ଏବେବି ସମାଜରେ ବଞ୍ଚି ରହିଛି ଝଡ଼ା ଫୁଙ୍କା ଗୁଣି ଗାରେଡ଼ି। ଆଉ ଏହି ଗୁଣି ଗାରେଡିର କରୁଣ ପରିଣତି ଗୋଟେ ୬ ମାସର ଶିଶୁକୁ ନିଆଁରେ ଓଲଟା ଟଙ୍ଗାଇଦେଲା ତାନ୍ତ୍ରିକ। ଯେଉଁଥିରେ ଶିଶୁଟିର ଆଖି ଫୁଟିଯିବା ସହ ତାର ମୁହଁ ମଧ୍ୟ ପୋଡି ଯାଇଛି।
ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଯିଏ ଏହି ଘଟଣା ଶୁଣୁଛି ତା ରୋମମୂଳ ଟାଙ୍କୁରି ଉଠୁଛି। ଗୋଟେ ନିଷ୍ପାପ ଶିଶୁକୁ ଏତେ କଷ୍ଟ। ସିଧା ନିଆଁ ଉପରେ ଟାଙ୍ଗି ଦେଲା ହୃଦୟହୀନ ତାନ୍ତ୍ରିକ।
ନିଆଁରେ ଟାଙ୍ଗିଦେଲା ତାନ୍ତ୍ରିକ: ହଁ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁରୀରେ। ଯେଉଁଠାରେ ଜଣେ ତାନ୍ତ୍ରିକ ବଙ୍ଗଳାରେ ତନ୍ତ୍ର ସାଧନା କରିଥିଲା। ଆଉ ନିଜର ତନ୍ତ୍ର ପ୍ରାକ୍ଟିସ କରିବାକୁ ଯାଇ କହିଥିଲା କି ଏହି ୬ ମାସର ଶିଶୁ ଦେହରେ ଭୂତ ଲାଗିଛି।
ଆଉ ପରିବାର ଲୋକ ବି ତାନ୍ତ୍ରିକ କଥାରେ ବିଶ୍ୱାସ କରିନେଲେ। ହେଲେ ଏହି ନିର୍ଦୟ ତାନ୍ତ୍ରିକ ଟି ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର କରିଲା। ନିଜ ତନ୍ତ୍ର ପାଠକୁ ଠିକ୍ ପ୍ରମାଣିତ କରିବାକୁ ଯାଇ ନିରୀହ ଛୁଆଟିକୁ ନିଆଁ ଉପରେ ଓଲଟା ଟଙ୍ଗାଇ ଦେଲା।
୬ ମାସର ଛୁଆର ଆଖି ଫୁଟିଗଲା: ଆଉ ନିଆଁର ପ୍ରକୋପ ଏତେ ଥିଲା ଯେ ଶିଶୁଟିର ଆଖି ଉପରେ ଅଧିକ ପ୍ରଭାବ ପଡିଲା। ଆଉ ଏହି ନିଆଁରେ ଛୁଆଟିର ଆଖି ଫୁଟିଗଲା। ଆଉ ସେ ଅନ୍ଧ ହୋଇଗଲା। କେବଳ ସେତିକି ନୁହେଁ ଛୁଆଟିର ମୁହଁ,ଗାଲ, ଓଠ ସମ୍ପୂର୍ଣ୍ଣ ପୋଡି ଯାଇଥିଲା।
କଷ୍ଟରେ ପିଲାଟି ଚିତ୍କାର କରିବାକୁ ଲାଗିଥିଲା। ହେଲେ ନିର୍ଦୟ ପିଶାଚ ତାନ୍ତ୍ରିକ ଶିଶୁର କାନ୍ଦକୁ ଖାତିର ନକରି ସେହିଭଳି କଷ୍ଟ ଦେଇ ଚାଲିଲା। ଆଉ ପିଲାର ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସି ପିଲାଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ।
ଅଭିଯୁକ୍ତର ଖସିଯିବାକୁ ଉଦ୍ୟମ: ଘଟଣା ସମ୍ପର୍କରେ ଜାଣିବା ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ। ହେଲେ ଅଭିଯୁକ୍ତ ତାନ୍ତ୍ରିକ ସେଠାରୁ ଫେରାର ହୋଇଯାଇଥିଲା। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରିବା ସମୟରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଥିଲା।
ଆଉ ପଚରାଉଚରା ପରେ ଜଣା ପଡିଥିଲା କି ଇଏ ସେହି ତାନ୍ତ୍ରିକ ଅଭିଯୁକ୍ତ ରଘୁବୀର। ତାନ୍ତ୍ରିକ ଜଣକ ପାଡୋରା ଛକରୁ ଏକ ଗାଡ଼ିରେ ଚଢ଼ି ଖସିଯିବାକୁ ଚେଷ୍ଟା କରୁଥିଲେ। ପୋଲିସ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରି ଜେଲ ପଠାଇଛି। ଗିରଫ ତାନ୍ତ୍ରିକ ରଘୁବୀର ଧାକଡ ସୋନପୁରାର ବାସିନ୍ଦା। ସେ ପ୍ରାୟ ୨୦ ବର୍ଷ ପୂର୍ବେ ରାମନଗରରେ ରହିବାକୁ ଆସିଥିଲେ।
ବଙ୍ଗଳାରେ ତନ୍ତ୍ର ବିଧି ଶିଖିଥିଲା: ରଘୁବୀର ଶ୍ରମିକ ଭାବରେ କଠିନ ପରିଶ୍ରମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ଏହି ସମୟରେ କିଛି ବର୍ଷ ପୂର୍ବେ ସେ ନିର୍ମାଣାଧୀନ ରାସ୍ତାରେ ଶ୍ରମିକ ଭାବରେ କାମ କରିବା ପାଇଁ ବଙ୍ଗଳା ଯାଇଥିଲେ।
ବଙ୍ଗଳାରେ ଶ୍ରମିକ ଭାବରେ କାମ କରିବା ସମୟରେ ସେ ତନ୍ତ୍ର ଅଭ୍ୟାସ ଶିଖିଥିଲେ। ସେଠାରୁ ଫେରିବା ପରେ ସେ ଗାଁରେ ତନ୍ତ୍ର ସାଧନା କରିବା ଏବଂ ଲୋକଙ୍କୁ ତନ୍ତ୍ର ମନ୍ତ୍ର ବିଷୟରେ ଅବଗତ କରିବା ଆରମ୍ଭ କଲେ।
କୁହାଯାଉଛି ଯେ ପୂର୍ବରୁ ମଧ୍ୟ ସେହି ତାନ୍ତ୍ରିକର ଭୂତପ୍ରେତ ଯୋଗୁଁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, କିନ୍ତୁ ସେମାନେ ସେହି ଗାଁର ଲୋକ ଥିଲେ। ତେଣୁ ଘଟଣାଟି ସାମ୍ନାକୁ ଆସିପାରିଲା ନାହିଁ।