ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦାବି, ସୁନୀତାଙ୍କୁ ମିଳୁ ଭାରତ ରତ୍ନ

ସୁନୀତା ଦୀର୍ଘ ୯ ମାସର କଠୋର ରାସ୍ତା ଦେଇ ପୃଥିବାକୁ ଫେରିଛନ୍ତି। ତେଣୁ ସବୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି। ଆଉ ତାଙ୍କୁ ଭାରତ ରତ୍ନ ମିଳୁ ବୋଲି ବିଧାନସଭାରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

କୋଲକାତା: ବହୁ ଚର୍ଚ୍ଚିତ ମହିଳା ମହାକାଶ ଚାରୀ ସୁନୀତା ୱିଲିୟମ୍ସ। ଯିଏକି ୮ ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ ହେଲେ ଦୀର୍ଘ ୯ ମାସ ସେଠାରେ ଫସି ରହିଗଲେ। ହେଲେ ଏବେ ସେ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠରେ ଓହ୍ଲାଇଛନ୍ତି। ଆଉ ଯେହେତୁ ସୁନୀତା ଭାରତୀୟ ବଂଶୋଦ୍ଭବ, ତେଣୁ ତାଙ୍କ ସାହସିକତାର ତାରିଫ ସହ ତାଙ୍କୁ ଭାରତ ରତ୍ନ ମିଳୁ ବୋଲି ଦାବି କରିଛନ୍ତି ମମତା।

ସୁନୀତା ୱିଲିୟମ୍ସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କେବଳ ଆମେରିକା ନୁହେଁ ବରଂ ଭାରତ ସମେତ ସାରା ବିଶ୍ୱରେ ଉତ୍ସବ ପାଳନ କରାଯାଇଥିଲା ଏବଂ ସୁନୀତା ୱିଲିୟମ୍ସଙ୍କ ଧର୍ଯ୍ୟ ଏବଂ ସାହସକୁ ବହୁତ ପ୍ରଶଂସା କରାଯାଇଥିଲା। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଭାରତ ରତ୍ନ ଦାବି କରିଛନ୍ତି।

ସୁନୀତାଙ୍କ ଘର ବାହୁଡା: ତେବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ, ୨୦୨୫ରେ ଭାରତୀୟ ସମୟ ଅନୁସାରେ ଭୋର ୩ଟା ୩୦ ସମୟରେ ପୃଥିବୀକୁ ଫେରି ଆସିଛନ୍ତି।

ମାତ୍ର ୮ ଦିନ ପାଇଁ ଯାତ୍ରା ସ୍ଥିର କରିଥିଲେ। ହେଲେ ଦୀର୍ଘ ୯ ମାସ କାଳ ମହାକାଶରେ ରହିଲେ। ମନରେ ଧର୍ଯ୍ୟ ଓ ସାହସ ବାନ୍ଧି ରିସର୍ଚ କଲେ। ଆଉ ଯେତେବେଳେ ପୃଥିବୀକୁ ଫେରିଲେ ତାଙ୍କ ମୁହଁରେ ସେ ହସ ବଖାଣୁଥିଲା କି, ସୁନୀତା ମହାକାଶରେ କେତେ କଷ୍ଟରେ ଥିଲେ। ଆଉ ପୃଥିବୀକୁ ଫେରିବା ପରେ କେତେ ଖୁସି ଅଛନ୍ତି।

ସୁନୀତାଙ୍କୁ ଭାରତ ରତ୍ନ: ତେବେ ସୁନୀତା ପୃଥିବୀ ପୃଷ୍ଠକୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି। ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଆଉ ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଭାରତ ରତ୍ନ ଦାବି କରିଛନ୍ତି।

ବିଧାନସଭାରେ ମମତା କହିଥିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ମୋର ରୁଚି ରହିଛି। ସୁନିତା ମହକାଶରେ ଫଶିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଖବରକୁ ମୁଁ ବିଭିନ୍ନ ଉତ୍ସରୁ ନିରୀକ୍ଷଣ କରୁଥିଲି। ପ୍ରତିଦିନ ଏ ସମ୍ପର୍କିତ ତଥ୍ୟକୁ ଅନୁସରଣ କରୁଥିଲି।

ସୁନିତା ଭାରତର ଝିଅ। ମହାକାଶ ଯାତ୍ରାରେ ତାଙ୍କ ନିଷ୍ଠାପରତା ପ୍ରଶଂସନୀୟ। ସୁନିତା ଏବଂ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ। ସେମାନଙ୍କ ସାହସ ପ୍ରଶଂସାର ପାତ୍ର।