ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ, ରାଜ୍ୟପାଳ କରାଇଲେ ଶପଥ ପାଠ
ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ ।
ଭୁବନେଶ୍ବର: ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ ।
ତେବେ ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ ।
ହାଇକୋର୍ଟ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଛି । ତେବେ ହରିଶ ଟଣ୍ଡନ କଲିକତା ହାଇକୋର୍ଟର ବରିଷ୍ଠ ବିଚାପତି ଭାବେ ଦାୟିତ୍ବ ତୁଲାଉଥିଲେ । 2010 ଏପ୍ରିଲ 13 ତାରିଖରେ ସେ କଲିକାତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।
ପ୍ରକାଶଥାଉକି, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧର ଶରଣ ସିଂ ଗତ ଜାନୁଆରୀ 19 ତାରିଖରେ ଅବସର ନେଇଥିଲେ । ଏହା ପରେ ତାଙ୍କର ସ୍ଥାନ ଖାଲି ରହିଥିଲା । ତେବେ ଆଜି ଜଷ୍ଟିସ ହରିଶ ଟଣ୍ଡନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଛନ୍ତି ।