NCRTCରେ କାମ କରିବାର ସୁବର୍ଣ୍ଣ ସୁଯୋଗ ! ଆଜିହିଁ କରନ୍ତୁ ଆବେଦନ

NCRTCରେ ଚାକାରି କରିବା ପାଇଁ ଇଚ୍ଛୁକ ଥିଲେ କରନ୍ତୁ ଆବେଦନ । ଆରମ୍ଭ ହେଲାଣି ପ୍ରକ୍ରିୟା ।

ନୂଆଦିଲ୍ଲୀ: ନ୍ୟାସନାଲ କେପିଟାଲ ରିଜନ ଟ୍ରାନ୍ସପୋର୍ଡ କର୍ପୋରେସନ ଲିମିଟେଡ୍ (NCRTC) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ମହାନ ସୁଯୋଗ ।

ଏହି ନିଯୁକ୍ତି ଅଧୀନରେ ମୋଟ ୭୨ଟି ଖାଲି ପଦବୀ ପୂରଣ କରାଯିବ । ଆଗ୍ରହୀ ପ୍ରାର୍ଥୀମାନେ ୨୪ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ, ପ୍ରାର୍ଥୀମାନଙ୍କୁ ବିଭାଗର ଅଫିସିଆଲ୍ ୱେବସାଇଟ୍ ncrtc.inକୁ ଯିବାକୁ ହେବ ।

ଏହି ନିଯୁକ୍ତି ଅଧୀନରେ, ଜୁନିଅର ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, ସିଭିଲ୍), ପ୍ରୋଗ୍ରାମ ଆସୋସିଏଟ୍, ଆସିଷ୍ଟାଣ୍ଟ ଏଚ୍ଆର୍, ଆସିଷ୍ଟାଣ୍ଟ କର୍ପୋରେଟ୍ ହସ୍ପିଟାଲିଟି ଏବଂ ଜୁନିଅର ମେଣ୍ଟେନାର୍ (ଇଲେକ୍ଟ୍ରିକାଲ୍, ମେକାନିକାଲ୍) ଭଳି ମୋଟ ୭୨ଟି ପଦବୀରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପାଇଁ, ପ୍ରାର୍ଥୀମାନଙ୍କର ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ  ।

ଡିପ୍ଲୋମା, ବିସିଏ, ବିଏସସି (କମ୍ପ୍ୟୁଟର ସାଇନ୍ସ), ବିବିଏ, ବିବିଏମ, ହୋଟେଲ ମ୍ୟାନେଜମେଣ୍ଟରେ ସ୍ନାତକ ଡିଗ୍ରୀ ଏବଂ ଆଇଟିଆଇ (ଏନସିଭିଟି/ଏସସିଭିଟି ପ୍ରମାଣିତ) ଭଳି ଯୋଗ୍ୟତା ରଖାଯାଇଛି । ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଉଚିତ । ତଥାପି, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ନିୟମ ଅନୁଯାୟୀ ଛାଡ଼ ଦିଆଯିବ ।

ନିଯୁକ୍ତି ପାଇଁ ଆବେଦନ ଫି ବିଷୟରେ କହିବାକୁ ଗଲେ, ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ୍ ପ୍ରାର୍ଥୀମାନଙ୍କୁ 1000 ଟଙ୍କା ଫି ଦେବାକୁ ପଡିବ ।ଯେତେବେଳେ ଏସସି/ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା।