fbpx

ଏହି ରାଜ୍ୟରେ ନୂଆ କରୋନା ନିୟମ: ମାସ୍କ ନପିନ୍ଧିଲେ ୧ ଲକ୍ଷର ଜୋରାମାନା, ୨ ବର୍ଷର ଜେଲଦଣ୍ଡ

ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଝାଡଖଣ୍ଡରେ ନୂଆ ନୂୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନିୟମ ମୁତାବକ, କରୋନା ଗାଇଡ ଲାଇନକୁ ଅବମାନନା କରିବା ଓ ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜୋରାମାନା ସହ ୨ ବର୍ଷ ଜେଲ ଦଣ୍ଡ ହୋଇପାରେ । ଝାଡଖଣ୍ଡ କ୍ୟାବିନେଟ୍ ଆଜି ସଂକ୍ରାମକ ରୋଗ ଅଧ୍ୟାଦେଶ ୨୦୨୦କୁ ପାରିତ କରିଛନ୍ତି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ସୁରକ୍ଷଶ ପ୍ରୋଟେକଲକୁ ଉଲ୍ଲଂଘନ କରିବେ ବା ମାସ୍କ ନପିନ୍ଧିବେ, ସେମାନଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଲାଗିବ ।

ତେବେ ରାଜଧାନୀ ରାଞ୍ଚିର ରାଜରାସ୍ତାରେ ଅନେକ ଲୋକଙ୍କୁ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଝାଡଖଣ୍ଡରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସରକାରୀ ଡାକ୍ତରଖାନାରେ ବେଡର ଅଭାବ ଦେଖିବାକୁ ମିଳୁଛି । କିନ୍ତୁ ଲୋକ ଗାଇଡଲାଇନକୁ ବେଖାତିର କରି ବିନା ମାସ୍କରେ ବୁଲୁଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.