fbpx

କରୋନା ସଙ୍କଟରେ ଶବସତ୍କାର ନିୟମ ମାନ, ନହେଲେ..

କଟକ,୨୩ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏଥର ଦିନକୁ ହଜାରେ ଉପରକୁ ଲୋକେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏହି ସମୟରେ କୋଭିଡ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡରେ ମୃତ ବ୍ୟକ୍ତିଙ୍କ ଶବସକ୍ରାର ସମୟରେ ନିୟମ ମାନନ୍ତୁ । ବର୍ତ୍ତମାନ ସମୟରେ ଭାବାବେଗ ଅପେକ୍ଷା ସୁରକ୍ଷା ଜରୁରୀ ଅଟେ ।’

ତେବେ ପୂର୍ବରୁ ଶବସକ୍ରାର ନିୟମ ନମାନି କଟକରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପୂର୍ବରୁ ଏଭଳି ଅନେକ ଘଟଣାମାନ ମଧ୍ୟ ସାମ୍ନାକୁ ଆସିଛି । କୋଭିଡରେ ମୃତ୍ୟୁ ହୋଇଥିଲେ ଶବ ହାଇପୋକ୍ଲୋରାଇଡରେ ବିଶୋଧନ ହୁଏ । ମୃତଦେହକୁ ୨ ଲେୟାର ପ୍ରୋଟେକ୍ସନରେ ରଖାଯାଏ ବୋଲି ଡାକ୍ତର ଜୟନ୍ତ କହିଛନ୍ତି ।

Get real time updates directly on you device, subscribe now.