ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର, ଏମ୍ସରେ ଭର୍ତ୍ତି ହୋଇଛି ଅଭିଯୁକ୍ତ

ରାଜଧାନୀରେ ପୁଣି ଏନକାଉଣ୍ଟର ।

ଭୁବନେଶ୍ବର: ପୁଣି ରାଜଧାନୀରେ ଏନକାଉଣ୍ଟର । ଭୁବନେଶ୍ବରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି ।

ବ୍ରାଉନସୁଗାର ବେପାରୀ ଶେଖ ଜାମସେଦକୁ ଏନକାଉଣ୍ଟର କରିଛି ପୋଲିସ । ଖଣ୍ଡଗିରି ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି ।

ଏନକାଉଣ୍ଟରରେ ଶେଖ ଜାମସେଦର ଗୋଡ଼ରେ ଗୁଳି ବାଜିଛି । ପୋଲିସର ସ୍ବତନ୍ତ୍ର କ୍ରାଇମ ୟୁନିଟ ଏହି ଏନକାଉଣ୍ଟର କରିଛି ।

ତେବେ ଶେଖ ଜାମସେଦକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନକାଉଣ୍ଟର ବେଳେ 20 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।

ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀଫୁଟ ଯାଉଥିବା ବେଳେ ପିଛା କରିଥିଲା ପୋଲିସ ।

ଏନକାଉଣ୍ଟର ସମୟରେ ମଧ୍ୟ ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।