ମା’ ହତ୍ୟାର ବଦଲା ନେଲା, ବାପାକୁ ମାରି ରାସ୍ତାରେ ଫିଙ୍ଗିଦେଲା ପୁଅ
ବାପାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ନୃଶଂସ ପୁଅ।
ରାଉରକେଲା: ରାଉରକେଲାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ରାସ୍ତା ଉପରେ ଫିଙ୍ଗି ଦେଲା ଜନ୍ମକଲା ପୁଅ। ଆଉ ହତ୍ୟାର ମୂଳ କାରଣ ଥିଲା ମା’ ହତ୍ୟାର ପ୍ରତିଶୋଧ।
କାରଣ ୨୦୨୪ ମସିହା ଡିସେମ୍ୱର ମାସରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସଜା କାଟି ଜେଲରୁ ଫେରିଥିଲେ ମୃତକ। ଆଉ ଜେଲରୁ ଫେରିବା ପରେ ଗାଁରେ ସମସ୍ତଙ୍କୁ ଭୟଭୀତ କରିବା ସହ ଦୁର୍ବ୍ୟବହାର କରୁଥିଲେ।
ଏପରିକି ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରୁଥିଲେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଆଉ ଗତକାଲି କୌଣସି କାରଣରୁ ବାପା-ପୁଅ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଫଳରେ ଗାଁଠାରୁ ହାପ୍ କିଲୋମିଟର ଦୂରରେ ରାସ୍ତା ଉପରେ ବାପାକୁ ଧାରୁଆ ଅସ୍ତ୍ରରେ ହାଣି ମାରି ଫିଙ୍ଗି ଦେଇଛି ନୃଶଂସ ପୁଅ। ଏପରି ଏର ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ରାଉରକେଲା ବ୍ରାହ୍ମଣୀ ଥାନା ଭାଲୁପତ୍ରା ଗାଁରେ।
ମୃତକ ଜଣକ ହେଲେ ୫୫ ବର୍ଷୀୟ କ୍ରାନ୍ତି ବର୍ମା। ସକାଳୁ ଘଟଣା ସମ୍ପର୍କରେ ଗାଁ ଲୋକ ଜାଣିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଚଳାଇଛି।