କ୍ରୁରତାର ସବୁ ସୀମା ପାର, ମଦ ପିଇ ବାଛୁରୀର ଆଖି ପୋଡ଼ିଦେଲା ନିଶାଡ଼ି
କୁନି ବାଛୁରୀକୁ ଓଃ କି କଷ୍ଟ। ମଦ ପିଇ ସବୁ ଭୁଲିଗଲା ମଦୁଆ। ଆଉ ନିଶାରେ ବାଛୁରୀର ଆଖି ପୋଡ଼ିଦେଲା।
ବଲାଙ୍ଗିର: ମଦୁଆର ଉନ୍ମତ୍ତକାଣ୍ଡ। ମଦ ପିଇ ଭୁଲିଗଲା ହିତାହିତ ଜ୍ଞାନ। ନିଶାଡ଼ି ଅବସ୍ଥାରେ ପୋଡ଼ିଦେଲା ନିରୀହ ବାଛୁରୀର ଆଖି। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ବାଛୁରୀଟି। ଆଉ ଏପଟେ ମଜା ନେଉଥିଲା ମଦୁଆ।
ହଁ ଏପରି ଏକ ଦୃଶ୍ୟ ଦେଖିବାକ ମିଳିଛି ବଲାଙ୍ଗୀର ସହରରେ। ମଦ ପିଇ ନିଶାରେ ଟୁର ଥିଲା ଯୁବକ। ପାଦ ବି ଠିକ୍ ରେ ପକାଇ ପାରୁନଥିଲା। ଆଉ ସେହି ସମୟରେ ମଦ ନିଶାରେ ସେ କ’ଣ କରୁଥିଲା ନିଜେ ବି ଜାଣିପାରୁନଥିଲା।
ନିଜ ହିତହିତ ଜ୍ଞାନ ହରାଇ ବସିଥିଲା ମଦୁଆ ଯୁବକ। ଆଉ ନିଶାସକ୍ତ ଅବସ୍ଥାରେ ନିରୀହ ବାଛୁରୀର ଆଖିକୁ ପୋଡ଼ିଦେଲା। ହେଲେ ବାଛୁରୀ ଆଖି ପୋଡ଼ିବା ସମୟରେ ମଦୁଆ ଯୁବକକୁ ଧରିଦେଲେ ଗାଁ ଲୋକେ। ଆଉ ନିର୍ଧୁମ ଛେଚିଲେ। ଶେଷରେ ଖବର ପାଇ ଟାଉନଥାନା ପୋଲିସ ଆସି ଗାଁ ଲୋକଙ୍କ କବଳରୁ ମଦୁଆ ଯୁବକକୁ ଉଦ୍ଧାର କଲା।