ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଏହି କାର୍ଯ୍ୟକ୍ରମରେ ଯୋଗଦେବେ

ଏପ୍ରିଲ ୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରୀ ।

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଆସନ୍ତା 17 ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତରେ ଆସିବେ ।

ଓଡ଼ିଶା ଗସ୍ତରେ ଆସି ଏକାଧିକ ଜାତୀୟ ରାଜପଥ ପ୍ରକଳ୍ପକୁ ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ରାଜଧାନୀର ବରମୁଣ୍ଡା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି ।

ସେହିପରି କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ  । ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରିବେ  ।

ଖବର ଅନୁସାରେ, ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ  । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ସୂଚନା ଦେଇଛନ୍ତି ।