ସଲମାନଙ୍କୁ ଧମକ ଦେଇଥିବା ଯୁବକକୁ ବାନ୍ଧିଲା ପୋଲିସ
୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି। ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଥିଲା।
ମୁମ୍ବାଇ: ପୁଣିଥରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ। ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି। ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଥିଲା। ମେସେଜରେ ଜରିଆରେ ଆସିଥିଲା ଘରେ ପଶି ମାରିବା ସହ ଗାଡ଼ିକୁ ବମ୍ରେ ଉଡ଼ାଇଦେବେ।
ଏହି ଖବର ସାମ୍ନାକୁୂ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାର ଅଭିଯୁକ୍ତକୁ ଗୁଜୁରାଟର ବଡ଼ୋଦାରୁ ଗିରଫ କରିଛି ପୋଲିସ। ୨୬ ବର୍ଷିୟ ଯୁବକ ହେଉଛନ୍ତି ଅଭିଯୁକ୍ତ। ମାନସିକ ସ୍ତରରେ ସେ ସୁସ୍ଥ ନଥିବା କୁହାଯାଉଛି।
ଅଭିଯୁକ୍ତକୁ ଏନେଇ ପଚରାଉଚରା କରିବ ମୁମ୍ବାଇ ପୋଲିସ। କାହିଁକି ଏପରି ମେସେଜ କରିଥିଲା। ତାକୁ କିଏ କହିଥିଲା ନା ନିଜ ଇଛାରେ ସେ ଏହି ମେସେଜ କରିଥିଲା ସେନେଇ ମୁମ୍ବାଇ ପୋଲିସ ପଚରାଉଚରା କରିବ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେ ଗୁଜୁରାଟର ବଡୋଦରାର ବାସିନ୍ଦା ଏବଂ ତାଙ୍କ ନାଁ ମୟଙ୍କ ପାଣ୍ଡ୍ୟା। ଏହି ୨୬ ବର୍ଷୀୟ ଯୁବକଙ୍କର ମାନସିକ ସ୍ଥିତି ସ୍ଥିର ନାହିଁ ବୋଲି ଜଣାପଡ଼ିଛି।
ମୟଙ୍କଙ୍କ ପରିବାର ପୋଲିସ ପଚରାଉଚରାରେ କହିଛନ୍ତି ଯେ, ତାଙ୍କର ମାନସିକ ସ୍ଥିତି ଗତ ୧୧ ବର୍ଷ ଧରି ଠିକ୍ ନାହିଁ ଏବଂ ସେ ଚିକିତ୍ସାଧୀନ ଅଛନ୍ତି। ଖୁବ୍ ଶୀଘ୍ର ମୟଙ୍କ ଓ ତାଙ୍କ ପରିବାର ମୁମ୍ବାଇ ଆସି ପୋଲିସ ନିକଟରେ ନିଜର ବୟାନ ରେକର୍ଡ କରିବେ ବୋଲି କୁହାଯାଇଛି।
ସଲମାନ ଖାନ୍ଙ୍କୁ ଜୀବନରୁ ମାରିଦେବାକୁ ଧମକ ପରିବହନ ବିଭାଗର ହ୍ୱାଟ୍ସ ଆପ ନମ୍ବରକୁ ପଠାଯାଇଥିଲା। ମେସେଜ ଆସିଥିଲା ସଲମାନଙ୍କୁ ମାରିବୁ, ନିହାତି ମାରିବୁ.. ଘରେ ପଶି ଜୀବନ ନେବୁ। ଏହା ସହ ଦ୍ୱିତୀୟ ମେସେଜରେ ତାଙ୍କ ଗାଡ଼ିକୁ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଥିଲା।