ୱାକଫ୍ ସଂଶୋଧନ ବିଲ୍‌: ଶୋଷଣ ବନ୍ଦ କରିବା, ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ବିଜେପିର ସାହସିକ ପଦକ୍ଷେପ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ୱାକଫ୍ ସଂଶୋଧନ ଆଇନ ଧାର୍ମିକ ଦାନରେ ଦୁର୍ନୀତି ଓ କୁପରିଚାଳନା ରୋକିବା ପାଇଁ ଏକ ଐତିସିକ ପଦକ୍ଷେପ।

ନୂୂଆଦିଲ୍ଲୀ: ୱାକଫ୍ ବିଲକୁ ନେଇ ଏବେ ଚରମ ସୀମାରେ ପହଂଚିଛି ବିବାଦ। ଶାସକ ଦଳ ଥିବା ରାଜ୍ୟଗୁଡ଼ିକରେ ଏହି ବିଲକୁ ସମର୍ଥନ ମିଳୁଥିବା ବେଳେ ବିରୋଧୀ ଶାସିତ ରାଜ୍ୟ ଗୁଡ଼ିକରେ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛି ଏହି ବିଲ।

ବିଶେଷ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ, ଡାଇମଣ୍ଡ ହାର୍ବର , ଦିଲ୍ଲୀ ଓ ତାମିଲନାଡ଼ୁରେ ଏହି ବିଲ ବିରୋଧରେ ବିଭିନ୍ନ ସ୍ଥାନରେ ଦେଖଦେଇଛି ଜନଅସନ୍ତାଷ।

ଏହି ସବୁ ସ୍ଥାନରେ କଂଗ୍ରେସ, ଟିଏମସି, ଡି,ମକେ, ସିପିଆଇ , ଆରଜେଡ଼ି, ଜେଏମଏମ ଦ୍ୱାରା ପ୍ରୋତ୍ସାହିତ କରି ଏହିସବୁ ବରୋଧାଭାସକୁ ତିଆରି କରାଯାଛି ବୋଲି ଅଭିଯୋଗ ଆଣିଛି ବିଜେପି।

ସେପଟେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ୱାକଫ୍ ସଂଶୋଧନ ଆଇନ ଧାର୍ମିକ ଦାନରେ ଦୁର୍ନୀତି ଓ କୁପରିଚାଳନା ରୋକିବା ପାଇଁ ଏକ ଐତିସିକ ପଦକ୍ଷେପ।

ଏହି ଆଇନ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରେ ନାହିଁ – ଏହା ସ୍ୱଚ୍ଛତା, ନିରପେକ୍ଷତା ଏବଂ ଜନ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସମ୍ପତ୍ତିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରୁଥିବାବେଳେ ବିରୋଧୀ ଏହାର ବିପରିତ ଅଭିଯୋଗ ଆଣୁଛନ୍ତି।

କିନ୍ତୁ ବିରୋଧୀ ଏହି ବିଲକୁ ବିବାଦୀୟ ବୋଲି ଅଭିଯୋଗ ଆଣିଛନ୍ତି। ବିଜେପି କିନ୍ତୁ ଏହାକୁ ନେଇ ନିଜ ସିଦ୍ଧାନ୍ତରେ ଅଟଳ ଥିବା ଦେଖାଯାଛି। ଦୀର୍ଘ ଦଶନ୍ଧି ଧରି ଏହି ବ୍ୟବସ୍ଥା ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ସହ ଚାଲିଥିଲା ଯାହା ଫଳରେ ବ୍ୟାପକ ଅନିୟମିତତା ଓ ଶୋଷଣର ଶିକାର ହେଉଥିଲେ ଗରିବ ମୁସଲିମ।

ବିଜେପି ନେତୃତ୍ୱାଧୀନ ସରକାର ଏହି ଶୋଷଣ ବ୍ୟବସ୍ଥାର ଅନ୍ତ ଘଟାଇ ସୁଶାନର ପରିବାରକୁ ଆଣିଥିବା ଦାବି କରିଛି। ଧାରା ୪୦କୁ ସଂଶୋଧନ କରି ୱାକର୍ଫ ବୋର୍ଡର ମନମୁଖୀ କାର‌୍ୟ୍ୟ ପରିସରକୁ ସଂକୁଚିତ କରିବାରେ ସଫଳ ହୋଇପାରିଛି।